www.samajalive.in
Saturday, December 6, 2025
26.1 C
Bhubaneswar

ଡିଜିଟାଲ ଭାରତ ଦ୍ୱାରା ଦୁର୍ନୀତି କମିଛି ଏବଂ ସେବା ବଢିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଡିଜିଟାଲ୍‍ ଭାରତ ଲୋକମାନଙ୍କୁ ଅଧିକ କ୍ଷମତା ଦେଇଛି ଓ ଏହାର କାର୍ଯ୍ୟକାରିତା ଫଳରେ ଦୁର୍ନୀତି ବହୁ ମାତ୍ରାରେ ଦୂର ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଡିଜିଟାଲ ଭାରତର ୪ବର୍ଷ ପୂର୍ତ୍ତି ଅବସରରେ ମୋଦୀ କହିଛନ୍ତି ଯେ, ସରକାରୀ ସେବା କ୍ଷେତ୍ରରେ ଉନ୍ନତି ଆସିବାଦ୍ୱାରା ଗରିବ ଲୋକମାନେ ଉପକୃତ ହୋଇଛନ୍ତି ଏବଂ ଲୋକମାନଙ୍କୁ ଅଧିକ ସୁବିଧା ଦିଆଯାଇ ପାରିଛି।

ଇଲେକ୍‍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଡିଜିଟାଲ୍‍ ଭାରତ ଅଭିଯାନକୁ ଜାତୀୟ ଆନ୍ଦୋଳନରେ ପରିଣତ କରାଯିବା ଆବଶ୍ୟକ। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଉତ୍ସବରେ ପ୍ରସାଦ କହିଛନ୍ତି, ଏହି ଅଭିଯାନ ଦ୍ୱାରା ଅନେକ ସାମାଜିକ ପରିବର୍ତ୍ତନ ହୋଇଛି ଏବଂ ସାଧାରଣ ଲୋକମାନଙ୍କ ଜୀବନରେ ମଧ୍ୟ ଉନ୍ନତି ଆସିଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍‍ଡେକର ଡିଜିଟାଲ୍‍ ସାକ୍ଷରତା ବିକାଶ ଦିଗରେ ବିଦ୍ୟାର୍ଥୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଜାବ୍‍ଡେକର କହିଛନ୍ତି, ଏହି ଅଭିଯାନ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆସିପାରିବ ଓ ଦୁର୍ନୀତିର ମୁଳୋତ୍ପାଟନ ହୋଇପାରିବ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories