www.samajalive.in
Saturday, December 13, 2025
23.1 C
Bhubaneswar

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ଟି ସଂସ୍ଥାର ୩୧ କୋଟି ଟଙ୍କା ଦାନ

ଭୁବନେଶ୍ୱର: ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଲାରସେନ ଏବଂ ଟବ୍ରୋ ଲିମିଟେଡ ପକ୍ଷରୁ ୧୫ କୋଟି ଟଙ୍କା ଦିଆଯାଇଛି। କମ୍ପାନୀ ନିର୍ଦ୍ଦେଶକ ଶୈଳେନ୍ଦ୍ର ରାୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧୫ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ପାରାଦ୍ୱୀପ ବନ୍ଦର କର୍ତୃପକ୍ଷ ୫ କୋଟି, ଆହ୍ଲାବାଦ ବ୍ୟାଙ୍କ ୫ କୋଟି, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ୨,୬୦,୧୯,୯୦୨ ଟଙ୍କା, ନାବାର୍ଡ଼ ୧,୩୦,୮୧,୦୮୯ ଟଙ୍କା ଏବଂ ଜେ.କେ. ପେପର ଲିମିଟେଡ ପକ୍ଷରୁ ୧ କୋଟି ୩୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି।

ଏହା ସହିତ ଓଡ଼ିଶା ସ୍ପଞ୍ଜ ଆଇରନ ମ୍ୟାନୁଫାକ୍ଚରସ ୩୩ ଲକ୍ଷ, ଭିଭୋ ଓଡ଼ିଶା ୨୫ ଲକ୍ଷ, ସିଏମଡି, ଆଇଆରଇଏଲ ଇଣ୍ଡିଆ ୨୩,୯୪,୯୩୭, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ୨୨,୦୫.୦୦୧ ଟଙ୍କା ପ୍ରଦାନ କରିଛନ୍ତି। ବ୍ରହ୍ମପୁରର କେ.ସି. ଟ୍ରଷ୍ଟ ପରିଚାଳନା କମିଟିର ଅଧ୍ୟକ୍ଷ ୨୧,୨୦୦ ଟଙ୍କା, ରାଉରକେଲା ଚ୍ୟାମ୍ବର୍ସ ଅଫ କମର୍ସ ୮.୧୧ ଲକ୍ଷ, ରାଉରକେଲା ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ପକ୍ଷରୁ ୫ଲକ୍ଷ, ବମିଖାଲ ବରିଷ୍ଠ ନାଗରିକ କଲ୍ୟାଣ ଫୋରମ ୨୫ ହଜାର, ଶ୍ରୀରାମ ପଲ୍ଲିପେଟ ପ୍ରାଇଭେଟ ଲିମିଟେଡ ୧ଲକ୍ଷ, ଚାଟାର୍ଡ ଆକାଉଂଟାଂଟ ଆସୋସିଏସନ ୫ ଲକ୍ଷ, ଶ୍ରୀରାମ ଅଟୋମଲ ଇଣ୍ଡିଆ ଲିମିଟେଡ ୫ଲକ୍ଷ, ଆନ୍ଧ୍ର ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ ଓଡ଼ିଶା ୧,୩୬,୬୫୫ ଟଙ୍କା, ରେଡ଼କ୍ରସ ପକ୍ଷ ୧ ଲକ୍ଷ, ଓଡ଼ିଶା ରିଜନ ଅର୍ଡର ଅଫ ସର୍ଭିସ ୧ଲକ୍ଷ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ଓ କର୍ମଚାରୀ ୧,୫୭,୭୨୦ ଟଙ୍କା, ଫର୍ଟିଲାଇଜର ଏମ୍ପ୍ଲଇଜ୍ ଟ୍ରାନ୍ସପୋର୍ଟ କୋଅପରେଟିଭ ସୋସାଇଟି ୪ଲକ୍ଷ, ଓଡ଼ିଶା ଅବସରପ୍ରାପ୍ତ ପୋଲିସ ଅଫିସର ସଂଘ ୫୦ ହଜାର ଏବଂ ମେହେଶାନ ଇନକମ୍ ଟାକ୍ସ ଏମ୍ପ୍ଲୟିମାନଙ୍କ ପକ୍ଷରୁ ୪୪ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି। ଏହି ୨୫ଟି ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସମୁଦାୟ ୩୧ କୋଟି ୬୦ଲକ୍ଷ ୪୪ ହଜାର ୫୦୪ ଟଙ୍କା ପ୍ରଦାନ କରାଯାଇଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories