ଓଡ଼ିଶା ବୃତ୍ତି ସେବା ପଞ୍ଜୀକରଣରେ ବିଭ୍ରାଟ : ସର୍ଭର ଡାଉନ୍,ଲକ୍ଷ ଲକ୍ଷ ବେକାର ପଞ୍ଜୀକରଣରୁ ବଞ୍ଚିତ
ଭୁବେନଶ୍ବର : ଓଡ଼ିଶା ବୃତ୍ତି ସେବା ପଞ୍ଜୀକରଣରେ ଗୁରୁତର ବିଭ୍ରାଟ ଦେଖାଦେଇଛି । ସର୍ଭର ଡାଉନ୍ ଯୋଗୁଁ ଲକ୍ଷ ଲକ୍ଷ ବେକାର ଯୁବକ-ଯୁବତୀ ଓଡ଼ିଶା ବୃତ୍ତି ସେବା ବିଭାଗର ଅନଲାଇନ(ପ୍ରତ୍ୟକ୍ଷ ସେବା ବ୍ୟବସ୍ଥା) ପଞ୍ଜୀକରଣରୁ ବଞ୍ଚିତ ହେଉଛନ୍ତି । ଗତ ୮ ଦିନ ଧରି ଏଭଳି ସମସ୍ୟା ଲାଗି ରହିଥିବା ବେଳେ ବିଭାଗ ନିରବଦ୍ରଷ୍ଟା ସାଜିଛି।
ଓଡ଼ିଶା ଅଧସ୍ତନ କର୍ମଚାରୀ ମନୋନୟନ ଆୟୋଗ ତରଫରୁ ଜୁନିଅର ଆସିଷ୍ଟାଣ୍ଟ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାର ଆବେଦନ ସମୟସୀମା ମାର୍ଚ୍ଚ ୨୭ରେ ଶେଷ ହେବାକୁ ଥିବାବେଳେ ଆବେଦନ ପାଇଁ ଓଡ଼ିଶା ବୃତ୍ତି ସେବାରେ ପଞ୍ଜୀକରଣ ବାଧ୍ୟତାମୂଳକ ରହିଛି । ସେହିପରି ଶିକ୍ଷା ବିଭାଗ ତରଫରୁ କନିଷ୍ଠ ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚିତ କରାଯାଇଛି । ଓଡ଼ିଶା ବୃତ୍ତି ସେବାରେ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଥିଲାବେଳେ ଗତ ୮ ଦିନ ଧରି ଏହାର ସର୍ଭର ଡାଉନ୍ ହୋଇଛି । ଯାହାଫଳରେ ନିଯୁକ୍ତି ପାଇଁ ଆଶାୟୀ ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ-ଯୁବତୀ ଓଡ଼ିଶା ବୃତ୍ତି ସେବା ପଞ୍ଜୀକରଣରେ ବିଫଳ ହେଉଛନ୍ତି । ରାଜ୍ୟ ସରକାର ଓଡ଼ିଶା ବୃତ୍ତି ସେବା ୱେବ୍ସାଇଟ୍କୁ କ୍ଷୀପ୍ର କରିବା ସହ ଓଡ଼ିଶା ଅଧସ୍ତନ କର୍ମଚାରୀ ମନୋନୟନ ଆୟୋଗ ବିଜ୍ଞପ୍ତି କରିଥିବା ଜୁନିଅର ଆସିଷ୍ଟାଣ୍ଟ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆବେଦନର ସମୟସୀମା ବୃଦ୍ଧି କରିବାକୁ ଆଶାୟୀ ବେକାର ଯୁବକ-ଯୁବତୀ ଦାବି କରିଛନ୍ତି।
Comments are closed.