www.samajalive.in
Monday, December 15, 2025
24.1 C
Bhubaneswar

ବିଧାନସଭା କମିଟି ବୈଠକ ବାତିଲ; ଅସନ୍ତୋଷ ପ୍ରକାଶ କଲେ ବିରୋଧୀ

ଭୁବନେଶ୍ବର: ବିଧାନସଭା କମିଟି ବୈଠକକୁ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଗତ ମାସରେ ବିଧାନସଭାର ବିଭିନ୍ନ କମିଟି ବୈଠକ ପାଇଁ ଅନୁମତି ଦେଇଥିଲା। କରୋନାସ୍ଥିତ ଦେଖି ସବୁ ବୈଠକ ବାତିଲ ନେଇ ଗତକାଲି ନିଷ୍ପତ୍ତି ହୋଇଥିଲା। ବିଧାନସଭା ମାର୍ଚ୍ଚ ୩୦ରେ ହୋଇଥିଲା। ଆଉ ୬ମାସ ଭିତରେ ଏହା ହେବା କଥା। ଏ ନେଇ ଲୋକସଭା ବାଚସ୍ପତି ଓ ରାଜ୍ୟପାଳଙ୍କ ସହ ସେ କଥା ହୋଇଥିବା ବାଚସ୍ପତି କହିଛନ୍ତି। ଏ ସମସ୍ତଙ୍କ ମତକୁ ଅପେକ୍ଷା କରାଯାଇଛି। ମତାମତ ମିଳିଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।
ସେପଟେ ବୈଠକ ବନ୍ଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି। ଆଲୋଚନା ପରେ ବୈଠକ ବନ୍ଦ ପାଇଁ ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି। ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କ ସଂଖ୍ୟା ୧୨, ତେବେ ବୈଠକରେ ମାତ୍ର ୭ରୁ୮ଜଣ ଉପସ୍ଥିତ ଥାଆନ୍ତି। କରୋନାର ସମସ୍ତ ନିୟମକୁ ମାନି ଏହି ମିଟିଂ କରାଯାଇ ପାରିଥାଆନ୍ତା। ସାମାଜିକ ଦୂରତ୍ବ ମାଧ୍ୟମରେ ୧୫ରୁ୫୦ଜଣ ସଦସ୍ୟ ବୈଠକ କରି ପାରୁଛନ୍ତି। ତେବେ ମାତ୍ର ୧୦ରୁ୧୨ଜଣ ସଦସ୍ୟଙ୍କୁ ନେଇ ବୈଠକ କରାଯିବାରେ ଅସୁବିଧା କେଉଁଠି ରହିଲା। ବୈଠକ ବନ୍ଦ କରାଯିବାର ଯଥାର୍ଥତା ନାହିଁ ବୋଲି ମୋହନ ମାଝି କହିଛନ୍ତି।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ଗତ ମାସରେ ବିିଭିନ୍ନ କମିଟି ବୈଠକ ପାଇଁ ଅନୁମତି ଦେଇଥିଲୁ ଓ କିଛି କମିଟିର ବୈଠକ ମଧ୍ୟ ହୋଇଥିଲା। ଗତକାଲି ବିଧାନସଭାରେ ନିଷ୍ପତ୍ତି ନିଆଯାଇଛି ଯେ ସମସ୍ତ ବୈଠକ ଜୁଲାଇ ମାସରେ ବସି ପାରିବ ନାହିଁ। ତେଣୁ ସମସ୍ତ କମିଟି ବୈଠକ ବାତିଲ ହୋଇଗଲା। ଅପରପକ୍ଷରେ ଯେଉଁ କମିଟି ବୈଠକ ପାଇଁ ତାରିଖ ଦିଆଯାଇଥିଲା ସେସବୁ ମଧ୍ୟ ବାତିଲ କରିଦିଆଯାଇଛି। କରୋନା ସ୍ଥିତି ଦେଖି ବୈଠକ ବାତିଲ ନେଇ ଗତକାଲି ନିଷ୍ପତ୍ତି ହୋଇଛି। ବିଧାନସଭା ମାର୍ଚ୍ଚ ୩୦ରେ ହୋଇଥିଲା, ଆଇନ ଅନୁଯାୟୀ ୬ ମାସ ଭିତରେ ହେବା କଥା। ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ରହିଛି। ଲୋକ ସଭାବାଚସ୍ପତି, ଲୋକସଭା ଓ ରାଜ୍ୟସଭା ସଚିବ, ରାଜ୍ୟପାଳ ଏବଂ ଓଡ଼ିଶା ସରକାରଙ୍କ ସହିତ ଆଲୋଚନା କରିଛି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories