ଓଡ଼ିଶା ଜଗରନଟ୍ସ – ତେଲୁଗୁ ଯୋଦ୍ଧାଜ୍ ଫାଇନାଲ ଆଜି
ଭୁବନେଶ୍ବର : ପୁଣେର ଶ୍ରୀ ଛତ୍ରପତି ଶିବାଜୀ ବହୁମୁଖୀ କ୍ରୀଡ଼ାଙ୍ଗନରେ ଚାଲିଥିବା ଅଲଟିମେଟ୍ ଖୋଖୋ ଲିଗ୍ର ପ୍ରଥମ ସଂସ୍କରଣ ଫାଇନାଲ ମ୍ୟାଚ ରବିବାର ଓଡ଼ିଶା ଜଗରନଟ୍ସ ଓ ତେଲୁଗୁ ଯୋଦ୍ଧାର୍ସ ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ ରାତି ୭ଟା୩୦ରେ ଖେଳାଯିବ। ପ୍ରଥମ ସଂସ୍କରଣ ଟ୍ରଫି ଜିତିବା ଲାଗି ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି। ଅଧିନାୟକ ମିଲନ୍ଦ ଦିଲ୍ଳୀପ ଚାଭରେକର ଓ ଦୀପେଶ ବିଜୟ ମୋରେଙ୍କ ନେତୃତ୍ବାଧିନ ଓଡ଼ିଶା ଜଗରନଟ୍ସ ଲିଗ୍ ପର୍ଯ୍ୟାୟରେ ୧୦ଟି ମ୍ୟାଚରୁ ୭ଟି ବିଜୟ ଓ ୩ଟି ପରାଜୟ ସହ ୨୧ ପଏଣ୍ଟ ପାଇ ଗ୍ରୁପ ରନର୍ସଅପ ସହ କ୍ବାଲିଫାୟରରେ ପହଞ୍ଚିଥିଲା। ଦଳ ଲିଗ୍ ପର୍ଯ୍ୟାୟ ପ୍ରଥମ ମ୍ୟାଚରେ ଚେନ୍ନଇ କ୍ବିକ୍ଗନ୍ସକୁ ୮ ପଏଣ୍ଟରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଗୁଜୁରାଟ ଗ୍ଳାଣ୍ଟ୍ସ ନିକଟରୁ ୫ ପଏଣ୍ଟରେ ପରାଜିତ ହୋଇଥିଲା। ୩ୟ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ୧୯ ପଏଣ୍ଟ, ୪ର୍ଥ ମ୍ୟାଚରେ ଗୁଜୁରାଟ ଗ୍ଳାଣ୍ଟ୍ସକୁ ୩ ପଏଣ୍ଟ, ୫ମ ମ୍ୟାଚରେ ଚେନ୍ନଇ କ୍ବିକ୍ଗନ୍ସକୁ ୧୦ ପଏଣ୍ଟ, ୬ଷ୍ଠ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ୬ପଏଣ୍ଟରେ, ୭ମ ମ୍ୟାଚରେ ମୁମ୍ବଇ ଖିଲାଡିକୁ ୨୩ ପଏଣ୍ଟରେ, ୮ମ ମ୍ୟାଚରେ ତେଲୁଗୁ ଯୋଦ୍ଧାର୍ସକୁ ୯ ପଏଣ୍ଟରେ ପରାସ୍ତ କରିଥିଲା। ୯ମ ମ୍ୟାଚରେ ମୁମ୍ବଇ ଖିଲାଡି ନିକଟରୁ ୪୮ ଓ ୧୦ମ ମ୍ୟାଚରେ ତେଲୁଗୁ ଯୋଦ୍ଧାର୍ସ ନିକଟରୁ ୨୯ ପଏଣ୍ଟରେ ପରାଜିତ ହୋଇଥିଲା। ପ୍ରଥମ କ୍ବାଲିଫାୟାରରେ ଦଳ ୧୪ ପଏଣ୍ଟରେ ଗୁଜୁରାଟ ଗ୍ଳାଣ୍ଟସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ତେଲୁଗୁ ଯୋଦ୍ଧାସ ଲିଗ୍ ପର୍ଯ୍ୟାୟରେ ୧୦ଟି ମ୍ୟାଚରୁ ୬ଟି ବିଜୟ ଓ ୪ଟି ପରାଜୟ ସହ ୧୯ ପଏଣ୍ଟ ପାଇ ଗ୍ରୁପ ୩ୟ ସ୍ଥାନ ସହ ଏଲିମିନେଟର ପାଇଁ ଯୋଗ୍ୟତା ହାସଲ କରିଥିଲ।ା ଦଳ ଏଲିମିନେଟର ମ୍ୟାଚରେ ଚେନ୍ନଇ କ୍ବିକ୍ଗନ୍ସକୁ ପରାସ୍ତ କରି କ୍ବାଲିଫାୟର-୨ ପାଇଁ ଯୋଗ୍ୟତା ହାସଲ କରିଥିଲା। କ୍ବାଲିଫାୟର-୨ରେ ଗୁଜୁରାଟ ଗ୍ଳାଣ୍ଟସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଓଡ଼ିଶା ଜଗରନଟ୍ସ ଓ ତେଲୁଗୁ ଯୋଦ୍ଧାର୍ସ ଉକ୍ତ ଲିଗରେ ଏପର୍ଯ୍ୟନ୍ତ ଦୁଇଥର ମୁହଁାମୁହିଁ ହୋଇଛନ୍ତି। ଏଥିରେ ଊଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି। ପ୍ରଥମ ରାଉଣ୍ଡ ଲିଗ୍ ମ୍ୟାଚରେ ଓଡ଼ିଶା ଜଗରନଟ୍ସ ୯ପଏଣ୍ଟରେ ଜିତିଥିବାବେଳେ ଦ୍ବିତୀୟ ମ୍ୟାଚରେ ତେଲୁଗୁ ଯୋଦ୍ଧାସ ୨୯ ପଏଣ୍ଟରେ ବିଜୟୀ ହୋଇଥିଲା।ଓଡ଼ିଶା ଜଗରନଟ୍ସ ପକ୍ଷରୁ ଅଲରାଉଣ୍ଡର ନିଲେଶ ଯାଦବ, ଅଧିନାୟକ ମିଲନ୍ଦ ଦିଲ୍ଳୀପ ଚାଭରେକର, ଅର୍ଜୁନ ସିଂହ, ଓଡ଼ିଆ ଖେଳାଳି ଜଗନ୍ନାଥ ମୁର୍ମୁ, ଦୀପେଶ ବିଜୟ ମୋରେ, ମୁକେଶ ପ୍ରଜାପତ, ମନୋଜ ନାରାୟଣ ରାଓଙ୍କ ଭଳି ଖେଳାଳି ରହିଛନ୍ତି। ଦଳ ପ୍ରଥମ ଟ୍ରଫି ହାସଲ କରିବା ନେଇ ଆଶାବାଦୀ ବୋଲି ପ୍ରଶିକ୍ଷକ ଅଶ୍ବିନ କୁମାର ଶର୍ମା କହିଛନ୍ତି।
ଜଗରନଟ୍ସକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା ,ପ୍ରଶିକ୍ଷକ, ଅଧିନାୟକଙ୍କ ସହ କଥାହେଲେ
ଭୁବନେଶ୍ବର : ଓଡ଼ିଶା ଭିତ୍ତିକ ଦଳ ଓଡ଼ିଶା ଜଗରନଟ୍ସ ଅଲଟିମେଟ ଖୋଖୋ ଲିଗ୍ ପ୍ରଥମ ସଂସ୍କରଣର ଫାଇନାଲରେ ପହଞ୍ଚିଛି। ରବିବାର ଓଡ଼ିଶା ଜଗରନଟ୍ସ ଓ ଗୁଜୁରାଟ ଗ୍ଳାଣ୍ଟ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଉକ୍ତ ମ୍ୟାଚ ପୂର୍ବରୁ ଓଡ଼ିଶା ଜଗରନଟ୍ସ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସାହିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶନିବାର ଭିଡିଓ କନଫରେନ୍ସ ମାଧ୍ୟମରେ ଖେଳାଳି ଓ ପ୍ରଶିକ୍ଷକମାନଙ୍କ ସହ କଥା ହୋଇଥିଲେ। ଦଳ ଫାଇନାଲରେ ପ୍ରବେଶ କରିଥିବାରୁୁ ପ୍ରଥମେ ସମସ୍ତ ଖେଳାଳି , ପ୍ରଶିକ୍ଷକ ଓ ସହଯୋଗୀ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦଳର ପ୍ରଶିକ୍ଷକ, ଅଶ୍ବିନ କୁମାର ଶର୍ମା, ଅଧିନାୟକ ଦୀପେଶ ବିଜୟ ମୋରେ ଓଡ଼ିଆ ଖେଳାଳି ଜଗନ୍ନାଥ ମୁର୍ମୁଙ୍କ ସହ କଥା ହେବା ସହିତ ଫାଇନାଲରେ ବିଜୟର କାମନା କରିଥିଲେ। ତୁମେ ମାନେ ଭଲ ପ୍ରଦର୍ଶନ କରୁଛ। ଫାଇନାଲରେ ମଧ୍ୟ ଭଲ ଖେଳି ବିଜୟ ହୁଅ। ତୁମ ଉପରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ରହିଛି ବୋଲି ଓଡ଼ିଶା ଜଗରନଟସର ସଫଳତା କାମନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି। ଖେଳାଳି ଓ ପ୍ରଶିକ୍ଷକମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ କଥା ହେବା ପରେ ବେଶ ଉତ୍ସାହିତ ହୋଇପଡିଥିଲେ। ଖୋଖୋ ଖେଳକୁ ପ୍ରୋତ୍ସାହିତ କରିବା ଓ ସହଯୋଗ ପାଇଁ ଖେଳାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଖେଳାଳି ଓ ପ୍ରଶିକ୍ଷକ ଫାଇନାଲରେ ଭଲ ପ୍ରଦର୍ଶନ କରି ଭୁବନେଶ୍ବରକୁ ଟ୍ରଫି ନେଇ ଫେରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା ଜଗରନଟ୍ସ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରୁଛି। ଖେଳାଳିମାନେ ବହୁତ ଭଲ ଖେଳୁଛନ୍ତି। ଫାଇନାଲରେ ଏଭଳି ପ୍ରଦର୍ଶନକୁ ବଜାୟ ରଖିବାକୁ ଆମ ଖେଳାଳିମାନେ ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟ ପ୍ରଶିକ୍ଷକ ଅଶ୍ବିନୀ କୁମାର କହିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଜଗରନଟ୍ସ ଦଳକୁ ଓଡ଼ିଶା ସରକାର କିଣିଛନ୍ତି।
Comments are closed.