www.samajalive.in
Sunday, December 7, 2025
13.1 C
Bhubaneswar

ବଙ୍ଗଳା ଚଳଚିତ୍ର “ଇନ୍ତେଜାର”ରେ ଓଡିଆ ଝିଅ

ସମ୍ବଲପୁର  – ଖ୍ୟାତିନାମା ନିର୍ଦ୍ଦେଶକ ପ୍ରଶାନ୍ତ ରାୟ ମାଇକେଲଙ୍କ ନିର୍ଦ୍ଦେଶିତ ଏବଂ ମୁମ୍ବାଇର ବେଲ୍କ୍‌ ସ୍କ୍ରିନ ପ୍ରଯୋଜିତ ବଙ୍ଗଳା ଚଳଚିତ୍ର “ଇନ୍ତେଜାର” ରେ ଓଡିଆ ଝିଅ ତଥା ସମ୍ବଲପୁରର ନିବାସୀ ତରୁଣି କଣ୍ଠଶିଳ୍ପୀ ସିଦ୍ଧି ପ୍ରିୟଦର୍ଶିନୀ (ହନି) ଅଭିନୟ ସହିତ କଣ୍ଠ ଦାନ କରୁଛନ୍ତି । ୫ଟି ଭାଷାରେ ନିର୍ମିତ ହେବାକୁ ଥିବା “ଇନ୍ତେଜାର” ର ଗୀତମାନଙ୍କ ମଧ୍ୟରୁ ରେକର୍ଡିଂ ସରିଥିବା ଦୁଇଟି ଗୀତରେ ସିଦ୍ଧି କଣ୍ଠଦାନ କରିଛନ୍ତି । ଏହାର କିୟଦଂଶ କୋଲକାତାର ଗଣମାଧ୍ୟମରେ ପ୍ରସାରିତ ହୋଇ ବେସ ଆଦୃତ ଲାଭ କରିଛି । ପ୍ରସନଜିତ ବି. ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଇଂ. ବିଶ୍ୱଜିତ ମିଶ୍ର, ନୀରଜ ଦାସ ଏବଂ ହଂସରାଜ କୁଲୁ ଗୀତ ରଚନା କରିଛନ୍ତି । ବୁର୍ଲା ଭିସୁଟର କୃତୀ ଛାତ୍ର ଇଂ ବିଶ୍ୱଜିତ ମିଶ୍ର ଅଧ୍ୟୟନ ସମୟରେ ସମ୍ବଲପୁରର ସଙ୍ଗୀତ କ୍ଷେତ୍ର ଏକଦା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଓ ଦିଲ୍ଲୀ ପବ୍ଲିକ ସ୍କୁଲରୁ କୃତୀତ୍ୱର ସହିତ ମାଟ୍ରିକ କରିବା ପରେ ଏବେ ସିଦ୍ଧି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ସ୍ନାତକ ଶ୍ରେଣୀର ଶେଷ ବର୍ଷରେ ଅଧ୍ୟୟନ କରୁଛନ୍ତି । ସେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଉନ୍ନତ କଣ୍ଠ ଶିଳ୍ପୀ ରୂପେ ଅନେକ ପୁରସ୍କାର ଲାଭ କରିଛନ୍ତି । ତାଙ୍କର ସୁମଧୁର କଣ୍ଠ ଓ ଶୈଳୀ ଦେଶର ଲୋକପ୍ରିୟ ନିର୍ଦ୍ଦେଶକ ପ୍ରସନ୍ନଜିତ ମିଶ୍ର ଙ୍କ ନଜରକୁ ଆସିବା ପରେ “ଇନ୍ତେଜାର” ଚଳଚିତ୍ରରେ ସୁଯୋଗ ଦେଇଛନ୍ତି । ଏବେ “ଇନ୍ତେଜାର” ର ସୁଟିଂ ଜାରି ରହିଛି । ସିଦ୍ଧି ପ୍ରିୟଦର୍ଶନୀ ସ୍ଥାନୀୟ ସରଲାକାନୀ କଲୋନୀ ନିବାସୀ ଯୁବ ଶିଳ୍ପଦ୍ୟୋଗୀ ସମୀର ଏବଂ ସୁପ୍ରଭାଙ୍କ କନ୍ୟା । ସ୍ଥାନୀୟ ନନ୍ଦପଡ଼ା ନିବାସୀ ପ୍ରଫୁଲ୍ଲ କୁମାର ହୋତା (ଓଡ଼ିଶା ସାଂସ୍କୃତିକ ସମାଜର ପୂର୍ବତନ ସଭାପତି) ଏବଂ ଶୁଭଲକ୍ଷ୍ମୀ ହୋତାଙ୍କ ନାତୁଣୀ ଅଟନ୍ତି । ସିଦ୍ଧି ପ୍ରିୟଦର୍ଶନୀ ପ୍ରଥମ କରି ଚଳଚ୍ଚିତ୍ରରେ ସୁଯୋଗ ପାଇଥିବାରୁ ଖୁସି ଜାହିର କରି ଏହି ଅଭିଜ୍ଞତା ଆଗକୁ ବିଶେଷ ସହାୟକ ହେବ ବୋଲି କହିବା ସହିତ ଏହି କୃତୀତ୍ୱ ପାଇଁ ତାଙ୍କ ମାଆ ଓ ପରିବାରବର୍ଗଙ୍କୁ ଶ୍ରେୟ ଦେଇଛନ୍ତି । ନିଜର ପ୍ରତିଭା ପାଇଁ ସିଧାସଳଖ ମୁମ୍ବାଇ ପ୍ରଯୋଜିତ ସିନେମାରେ କଣ୍ଠଦାନର ସୁଯୋଗ ପାଇଥିବା ସିଦ୍ଧିଙ୍କୁ ସବୁ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories