ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ଦୁଇଚକିଆ ନିର୍ମାତା କମ୍ପାନୀ ଓଡିସୀର ପୋର୍ଟଫୋଲିଓରେ ଏବେ ଏକ ଏମିତି ଇ-ବାଇକ୍ ସାମିଲ ହୋଇଛି ଯାହାର ଡିଜାଇନ୍ ଓ ଫିଚର୍ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହାର ନାଁ ଇଭୋକ୍ସ ଦେଇଛି କମ୍ପାନୀ ଯାହା ଦେଖିବାକୁ କୌଣସି ସ୍ପୋର୍ଟ୍ସ ବାଇକଠୁ କମ୍ ନୁହେଁ । କିନ୍ତୁ ଏହାର ଦାମ୍ ୨ ଲକ୍ଷ ଟଙ୍କାରୁ ମଧ୍ୟ କମ୍ ।
ଏଡିସୀ ଇଭୋକ୍ସରେ ଏକ ହାଇଟେକ୍ ଓ ସ୍ପୋର୍ଟି ଡିଜାଇନ୍ ଦେଖିବାକୁ ମିଳୁଛି । ଏହାର ଫ୍ରଣ୍ଟରେ ଏଲଇଡି ହେଡଲାଇଟ୍ସ, ଟେଲଲାଇଟ୍ସ ଓ ଟର୍ଣ୍ଣ ଇଣ୍ଡିକେଟର୍ସ ଦିଆଯାଇଛି । ଓଡିସୀ ଇଭୋକ୍ସରେ ଏକ ଶକ୍ତିଶାଳୀ ଇଲେକ୍ଟ୍ରିକ୍ ମୋଟର ରହିଛି ଯାହା ସ୍ପିଡ୍ ଓ କ୍ବିକ୍ ଟର୍କ ପ୍ରଦାନ କରୁଛି । ଏହାର ଟପ୍ ସ୍ପିଡ୍ ପ୍ରାୟ ୮୦ କିଲୋମିଟର ପ୍ରତି ଘଣ୍ଟା ରହିଛି । ଏହାର ବ୍ୟାଟେରୀ କ୍ଷମତା ୪.୩୨ କିଲୋଓ୍ବାଟ୍ ବୋଲି ସୂଚନା ଦେଇଛି କମ୍ପାନୀ ।
ଏହି ଇଲେକ୍ଟ୍ରିକ୍ ବାଇକକୁ ଥରେ ଚାର୍ଜ କଲେ ପ୍ରାୟ ୧୪୦ କିଲୋମିଟର ଯାତ୍ରା କରିପାରିବ । ଓଡିସୀ ଇଭୋକ୍ସରେ ଅନେକ ଅତ୍ୟାଧୁନିକ ଫିଚର୍ ରହିଛି ଯଥା ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଆଣ୍ଟି-ଥେଫ୍ଟ ଆଲାର୍ମା ଓ ମୋବାଇଲ କନେକ୍ଟିଭିଟି । ଏଥିରେ ଆରାମଦାୟକ ସିଟ୍ ଓ ଉତ୍ତମ ସସପେନ୍ସନ ମଧ୍ୟ ଦିଆଯାଇଛି । ଓଡିସୀ ଇଲେକ୍ଟ୍ରିକ୍ ଇଭୋକ୍ସର ଦାମ୍ ୧.୭୧ ଲକ୍ଷ ଟଙ୍କା(ଏକ୍ସ ଶୋରୁମ୍) ରଖିଛି କମ୍ପାନୀ ।



