www.samajalive.in
Sunday, December 14, 2025
26.1 C
Bhubaneswar

ସୁରକ୍ଷିତ ତଟ, ସମୃଦ୍ଧ ଭାରତ ଉପଲକ୍ଷେ ସାଇକେଲ ମାରାଥନ

ଧାମରା: ସିଆଇଏସଏଫ ପକ୍ଷରୁ ଏକ ସାଇକେଲ ମାରାଥନ ଆରମ୍ଭ ହୋଇଛି। ଏହି ମାରାଥନ ବାଲେଶ୍ୱର ଚାନ୍ଦିପୁରଠାରୁ ଆରମ୍ଭ ହୋଇ ଧାମରାସ୍ଥିତ ଗୋଲଡେନ ଆଙ୍କର ହୋଟେଲଠାରେ  ଅପରାହ୍ଣ ୬ଟାବେଳେ ପହଞ୍ଚିଥିଲା। ସିଆଇଏସଏଫର କମାଣ୍ଡାଣ୍ଟ ଅଖେତ ପଟେଲ ଏବଂ ଡେପୁଟି କମାଣ୍ଡାଣ୍ଟ ବି.ଭି. ଦୁର୍ଗାପ୍ରସାଦ ଏହି ସାଇକେଲ ଆରୋହୀମାନଙ୍କୁ  ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ୫୦ଜଣ ସାଇକେଲ ଆରୋହୀ ମଙ୍ଗଳବାର ଧାମରାରୁ ବାହାରି ପାରାଦ୍ୱୀପ ବନ୍ଦର, କୋଣାର୍କ, ପୁରୀ ଦେଇ ଗୋପାଳପୁରରେ ପହଞ୍ଚିବେ। ସିଆଇଏସଏଫ ପକ୍ଷରୁ ହୋଇଥିବା ଏହି ସାଇକେଲ ମାରାଥନ ୧୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ପରିକ୍ରମା କରିବା ପରେ କନ୍ୟାକୁମାରୀରେ ୧ ଏପ୍ରିଲରେ ପହଞ୍ଚିବ। ସେମାନେ ସମୁଦାୟ ୬୫୫୩ କି.ମି ଯାତ୍ରା କରିବେ ବୋଲି ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଏହି ସାଇକେଲ ମାରାଥନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିରାପଦ ଏବଂ ସମୃଦ୍ଧ ଦେଶ ଗଠନ କରିବା। ଏହି ପରିପ୍ରେକ୍ଷୀରେ ବାଲିମୁଣ୍ଡାଠାରୁ ଧାମରା ପର୍ଯ୍ୟନ୍ତ ସେମାନଙ୍କ ନିରାପଦ ଯାତ୍ରା ଏବଂ ସୁରକ୍ଷା ପାଇଁ  ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଏବଂ ଥାନାର କର୍ମଚାରୀମାନେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରିଥିବା ବେଳେ ମଙ୍ଗଳବାର ଭଦ୍ରକ ଜିଲ୍ଲାପାଳ ଉପସ୍ଥିତ ରହିବା ସହ ସେମାନଙ୍କୁ ପତାକା ଦେଖାଇ ବିଦାୟ ଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories