ଆଠଗଡ ବନଖଣ୍ଡରେ ପକ୍ଷୀ ସଂଖ୍ୟା ବୃଦ୍ଧି: ୫ ବନାଞ୍ଚଳରେ ୧୯୯୬୨ ପକ୍ଷୀ ଠାବ

ଆଠଗଡ: ଆଠଗଡ ବନଖଣ୍ଡ ଅନ୍ତର୍ଗତ ୫ଟି ବନାଞ୍ଚଳରେ ଗତ ଜାନୁଆରୀ ୧୮ ତାରିଖରେ ଶୀତ ଋତୁର ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ବନଖଣ୍ଡ ପକ୍ଷରୁ ମିଳିଥିବା ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ, ଚଳିତବର୍ଷ ୫ଟି ଯାକ ବନାଞ୍ଚଳରେ ମୋଟ ୧୯୯୬୨ ବିଭିନ୍ନ ପ୍ରଜାତିର ପକ୍ଷୀ ଠାବ କରାଯାଇଛି। ଯାହାକି ଗତବର୍ଷ ତୁଳନାରେ ଅଧିକ। ଗତବର୍ଷ ଆଠଗଡ ବନଖଣ୍ଡ ଅଞ୍ଚଳରେ ମୋଟ ୧୬୮୪୬ ପକ୍ଷୀ ଥିବାବେଳେ ଚଳିତବର୍ଷ ୩୧୧୬ ଅଧିକ ପକ୍ଷୀ ଚିହ୍ନଟ ହୋଇଛନ୍ତି। ଏବର୍ଷ ଆଠଗଡ ବନାଞ୍ଚଳରେ ୪୯୦୩, ଖୁଣ୍ଟୁଣୀରେ ୫୮୬୧, ବଡମ୍ବାରେ ୨୪୬୯, ନରସିଂହପୁର (ପୂର୍ବ) ବନାଞ୍ଚଳରେ ୫୦୩୪ ଏବଂ ନରସିଂହପୁର (ପଶ୍ଚିମ)ରେ ୧୬୯୫ ପକ୍ଷୀ ଠାବ କରାଯାଇଛି। ତେବେ ଚଳିତବର୍ଷ ଅଂଶୁପା ହ୍ରଦ ଓ ମହାନଦୀ ଅବବାହିକାରେ କୌଣସି ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳି ନ ଥିବା ବନବିଭାଗ ସୂତ୍ରରୁ ପ୍ରକାଶ।
ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ନେତୃତ୍ବରେ ବନଖଣ୍ଡର ଏସିଏଫ ଡାକ୍ତର ଚିଚିଲିଚି ବିଶ୍ଵାଳ, ନୀଳମାଧବ ସାହୁ ଏବଂ ସମସ୍ତ ବନାଞ୍ଚଳ ଅଧିକାରୀଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ମୋଟ ୬୦ଟି ଦଳରେ ୨୦୦ରୁ ଊର୍ଦ୍ଧ୍ବ ବନ କର୍ମଚାରୀ ଓ ସ୍ଵେଚ୍ଛାସେବୀ ଏହି ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ଥିଲେ।
Comments are closed.