www.samajalive.in
Monday, December 15, 2025
27.1 C
Bhubaneswar

ପୁଣି ଅଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଲେ ପୁଟିନ

ମସ୍କୋ : ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଥିବାବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂନର୍ବାର ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ଆମେରିକା ସହିତ ହୋଇଥିବା ପରମାଣୁ ଅସ୍ତ୍ର ରାଜିନାମାକୁ ରୁଷ୍ ବାତିଲ କରିବାର ଦିନକ ପରେ ପୁଟିନ ଏହି ଧମକ ଦେଇଛନ୍ତି। ପୁଟିନ କହିଛନ୍ତି ଯେ ଯୁଦ୍ଧ ଲାଗି ରୁଷ୍‌ ଅନ୍ୟ କୌଣସି ରାଷ୍ଟ୍ରର ସହାୟତା ନେବ ନାହିଁ। ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେଇ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡିକ ରୁଷ୍‌ ବିରୋଧରେ ପ୍ରତ୍ୟକ୍ଷ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି। ଏପରିସ୍ଥଳରେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡିକର ମିଳିତ ଆକ୍ରମଣକୁ ମୁକାବିଲା କରିବାରେ ରୁଷ୍ ବିଫଳ ହେବ। ଆଉ ନିଜକୁ ରକ୍ଷା କରିବା ଲାଗି ରୁଷ୍ ବାଧ୍ୟ ହୋଇ ପରମାଣୁ ଅସ୍ତ୍ର ପ୍ର​‌େ​‌ୟାଗ କରିବ ବୋଲି ପୁଟିନ କହିଛନ୍ତି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ନାଟୋର ପ୍ରତ୍ୟେକ ଇଞ୍ଚ ଅଞ୍ଚଳକୁ ସୁରକ୍ଷା ଦେବା ଲାଗି ସେ ପ୍ରତିଶ୍ରୁତିବଦ୍ଧ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories