www.samajalive.in
Saturday, December 13, 2025
14.1 C
Bhubaneswar

ୟୁକ୍ରେନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରୁଷକୁ ଅନୁରୋଧ

ନ୍ୟୁୟର୍କ : ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଥିବାବେଳେ, ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ସମ୍ପର୍କୀତ ଏକ ପ୍ରସ୍ତାବ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଗୃହୀତ ହୋଇଛି। ୟୁକ୍ରେନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବା ସହ ଆକ୍ରମଣରୁ ବିରତ ରହିବାକୁ ଏହି ପ୍ରସ୍ତାବ ମାଧ୍ୟମରେ ରୁଷକୁ ଅନୁରୋଧ କରାଯାଇଛି। ଏହି ପ୍ରସ୍ତାବ ସପକ୍ଷରେ ୧୪୧ ସଦସ୍ୟ ଭୋଟ ଦେଇଥିବା ବେଳେ ୭ ଜଣ ଏହାର ବିରୋଧ କରିଛନ୍ତି। ତେବେ ଭାରତ ସମେତ ୩୨ଟି ଦେଶ ଭୋଟଦାନରୁ ବିରତ ରହିଥିଲେ।
ୟୁକ୍ରେନର ସାର୍ବଭୌମତ୍ୱ ତଥା ଅଖଣ୍ଡତା ବଜାୟ ରଖିବା ସହ ଏହି ପ୍ରସ୍ତାବକୁ ସମର୍ଥନ କରିବା ଲାଗି ୭୫ରୁ ଅଧିକ ଦେଶର ବୈଦେଶିକ ମନ୍ତ୍ରୀ ଓ ପ୍ରତିନିଧିମାନେ ଦୁଇଦିନ ଧରି ଆଲୋଚନା କରିଥିଲେ। ଏଥିରେ ଉଦବେଧନ ଦେଇ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କ୍ୟାମ୍ବୋଜ୍ କହିଛନ୍ତି, ୟୁକ୍ରେନରେ ସୃଷ୍ଟି ହୋଇଥିବା ପ୍ରତିସ୍ଥିତି ଲାଗି ଭାରତ ନିଜର ଉଦବେଗ ପ୍ରକାଶ କରିଛି । ଏହି ସଂଘର୍ଷ ଯୋଗୁଁ ଅଗଣିତ ନାଗରୀକ ନିଜର ବାସସ୍ଥାନ ହରାଇବା ସହ ସର୍ବହରା ହୋଇଛନ୍ତି। ତେବେ ୟୁକ୍ରେନ୍ ବିବାଦକୁ ଭାରତ ବର୍ତ୍ତମାନ ସୁଦ୍ଧା ମାନବିକତା ଦୃଷ୍ଟିରେ ଦେଖିଆସିଛି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବ। ଏହାର ଅଂଶସ୍ୱରୂପ ଭାରତ ପକ୍ଷରୁ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ଶ୍ରୀମତୀ କ୍ୟାମ୍ବୋଜ୍ କହିଛନ୍ତି।

 

- Advertisement -

Hot this week

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

Related Articles

Popular Categories