www.samajalive.in
Thursday, December 11, 2025
14.1 C
Bhubaneswar

ଖଡିଆଳ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଖଡିଆଳ : ନୂଆପଡା ଜିଲା ଖଡିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ୧୫ ତମ ଖଡିଆଳ ମହୋତ୍ସବ ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଗୁରୁବାର ସନ୍ଧ୍ୟାରେ ପ୍ରଭୂ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ, ଧୂପ, ଦୀପ ପ୍ରଜ୍ଜଳନ ପରେ ଭୂଲିଆସିକୁଆଁ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀଙ୍କ ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ମୂଖ୍ୟ ଅତିଥି ଭାବରେ ନୂଆପଡା ଜିଲାପାଳ ଡା. ପୋମା ଟୁଡୁ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଉପଜିଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଖଡିଆଳ କ୍ଷୁଦ୍ର ଜଳସେଚନର ନିର୍ବାହୀଯନ୍ତ୍ରୀ ପ୍ରଭା ମହାନ୍ତି ପ୍ରମୁଖ ଯୋଗଦାନ କରିଥିବା ବେଳେ ଖଡିଆଳ ମହୋତ୍ସବ ପାଳନ କମିଟିର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ସଦସ୍ୟ ଗୌରାଙ୍ଗ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଯୋଜକ ପବିତ୍ର ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଭବାନୀପାଟଣା କଲାହାଣ୍ଡି କଳାବିକାଶ କେନ୍ଦ୍ରର ଓଡିଶୀ, କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ବଜାସାଲ, ବଲାଙ୍ଗୀର ପଞ୍ଚମର ମାନଭଞ୍ଜନ, ତୁଷରା କୃଷ୍ଣପ୍ରିୟା କଳା ପରିଷଦର ଘୁଡୁକା, ଓଡିଶା ସରକାରଙ୍କ ସଂସ୍କୃତୀ ବିଭାଗର ଗୋଟିପୁଅ, ଭବାନୀପାଟଣାର ବଜାସାଲ, ଛତିଶଗଡ ସଂସ୍କୃତି ବିଭାଗର ରାଉତ ନାଚା ସହ ସମ୍ବଲପୁରୀ କଳାକାର ଶାନ୍ତନୁ ସାହୁଙ୍କର ଅର୍କେଷ୍ଟ୍ରା ପରିବେଷଣ ହୋଇ ବିଲମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକଙ୍କୁ ବନ୍ଧି ରଖିଥିଲା। ସକାଳ ସମୟରେ ମହିଲାଙ୍କ ମାରାଥନ୍‍ ରେସ ନିକଟସ୍ଥ ରାଣିପୁର ଗ୍ରାମରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏଥିରେ ରତନ ସିଂ ବାରିକ ପରିଚାଳନା କରିଥିଲେ। ଅପରାହ୍ନରେ ଖଡିଆଳ ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନର ଯୋଗଦାନ କରିଥିବା ଦଳଗତ ନୃତ୍ୟ ଗଙ୍ଗାଧର ମହାଉତୀଙ୍କ ତତ୍ୱାବଧାନରେ ପରିବେଷଣ କରାଯାଇଥିଲା।

Hot this week

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

Related Articles

Popular Categories