ଇସଲାମାବାଦ …- ପାକିସ୍ତାନ ସେନାକୁ ଦେଶର ରାଜନୀତିରୁ ଦୂରେଇ ରହିବା ପାଇଁ ସେଠାକାର ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ରାଜନୀତିରେ ମୁଣ୍ଡ ନ ଖେଳାଇବା ପାଇଁ ଉପଦେଶ ବି ଦେଇଛନ୍ତି । ପାକିସ୍ତାନର ରାଜନୀତିରେ ସେଠାକାର ସେନାର ପ୍ରଭାବ ରହିଛି । ଅନେକ ଥର ସେନା ପାକିସ୍ତାନର ଶାସନ ଭାର ଜୋର ଜବରଦସ୍ତ ହାତକୁ ନେଇଛି । କେବଳ ପାକିସ୍ତାନର ସେନା ନୁହେଁ ସେଠାକାର ଗୁଇନ୍ଦା ବିଭାଗ ଆଇଏସ୍ଆଇକୁ ବି ରାଜନୀତିରେ ଅଯଥା ହସ୍ତକ୍ଷେପ ନ କରିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି ।
ଆଇଏସ୍ଆଇ ଓ ଅନ୍ୟ ସୁରକ୍ଷା ସଂସ୍ଥା ପାକିସ୍ତାନର ସାଧାରଣ ନିର୍ବାଚନରେ ନିଜର ଶକ୍ତି ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା । ନିର୍ବାଚନ ବେଳେ ଓ ବିଭିନ୍ନ ଆନ୍ଦୋଳନ ବେଳେ ସେନା ବେଆଇନ ଭାବେ ଟଙ୍କା ବାଣ୍ଟୁଥିବା ଘଟଣା ସାମ୍ନାକୁ ଆସିଛି । ୨୦୧୮ ମସିହାରେ ସେନା ଇମରାନ ଖାନ୍ଙ୍କ ଦଳକୁ ଶାସନକୁ ଆସିବା ପାଇଁ ସେନା ସାହାଯ୍ୟ କରିଥିବା ଘଟଣାକୁ ସେଠାକାର ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି ।



