ଜୁହାର ପରିବାର ପକ୍ଷରୁ ନୁଆଁଖାଇ ଭେଟଘାଟ

ସମ୍ବଲପୁର :  ଜୁହାର ପରିବାର ସମ୍ବଲପୁର ପକ୍ଷରୁ ରବିବାର ସ୍ଥାନୀୟ ଜିଲା ପ୍ରେକ୍ଷାଳୟ ତପସ୍ୱିନୀ ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ସହିତ ଆରମ୍ଭ ହୋଇଥିଲା। ଏଥିରେ ଅତିଥି ରୂପେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଏନ. ନାଗାରାଜ୍ଜୁ, ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଅର୍କକେଶରୀ ଦାସ ମହାପାତ୍ର ଓ ପୁର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ଅବସରରେ ନୁଆଁଖାଇର ମହତ୍ୱ ଉପରେ ଅତିଥି ମାନେ ନିଜସ୍ୱ ବକ୍ତବ୍ୟ ରଖି ଚାଷୀର ସମ୍ମାନ ଓ ଭାଇଚାରା ବାର୍ତ୍ତାକୁ ଆହୁରି ଆଗକୁ ନେବାକୁ ଆହ୍ୱାନ ଦେଇ ଥିଲେ।

prayash

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ କ୍ରିଡାବିତ, ସଙ୍ଗୀତଜ୍ଞ, ସଙ୍ଗଠକ ଅରୁଣ ପ୍ରସନ୍ନ ସେଠଙ୍କୁ ନାଗରିକ ସମ୍ମାନ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ଦମ୍ପତ୍ତି ଡା. ରାଜେଶ ତ୍ରିପାଠୀ ଓ ଡା. ସୁଶ୍ମିତା ଦାଶଙ୍କୁ ଡା. ଜନାର୍ଦ୍ଦନ ପୂଜାରୀ ସେବା ସମ୍ମାନ, କୃଷି କ୍ଷେତ୍ର ପାଇଁ ଅଶୋକ ପ୍ରଧାନଙ୍କୁ ବ୍ରଜମୋହନ ପଣ୍ଡା କୃଷି – ଶିକ୍ଷା ସମ୍ମାନ, କଳା ଓ ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ଡ. ଶ୍ୟାମ ସୁନ୍ଦର ଧରଙ୍କୁ ଅଟଳ ବିହାରୀ ପଣ୍ଡା କଳା ସମ୍ମାନ, ସେବା କ୍ଷେତ୍ର ପାଇଁ ବରଗଡର ନିଷ୍ଠା ପରିବାରକୁ କଲ୍ୟାଣ ପୁରୋହିତ ଯୁବ ସେବା ସମ୍ମାନ ପ୍ରଦାନ କରାଯାଇଛି। ଏଥି ସହ ନୁଆଁଖାଇ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ଯଥା ଗୀତ, ବକ୍ତୃତା, ଚିତ୍ରାଙ୍କନର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଡ. ସତ୍ୟନାରାୟଣ ଠାକୁର, ଅରବିନ୍ଦ ନାୟକ ଓ ପିଙ୍କ ପ୍ରଧାନ ମାନପତ୍ର ପାଠ କରିଥିଲେ । ଏହି ଅବସରରେ ନୂଆଁଖାଇ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଲାଇଭ ପେଣ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଛତିଶଗଡର ସାରଙ୍ଗଗଡର ସିପ୍ରା ନନ୍ଦଙ୍କ ଉତ୍କୃଷ୍ଟ ଓଡିଶୀ ନୃତ୍ୟ ସମେତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭବ୍ୟ ମନମୋହକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

 

kalyan agarbati

Comments are closed.