www.samajalive.in
Monday, December 15, 2025
16.1 C
Bhubaneswar

ଶୈଳଶ୍ରୀ ପ୍ୟାଲେସରେ ନୂଆଖାଇ

ବଲାଙ୍ଗିର: ବଲାଙ୍ଗିର ତଥା ପୂର୍ବର ପାଟଣା ରାଜ୍ୟର ରାଜ ପରିବାରର ନୂଆଖାଇ ପାଳନ ପ୍ରତିବର୍ଷ ଏକ ଚର୍ଚ୍ଚାର ବିଷୟ ହୋଇ ରହିଥାଏ। ଶୈଳଶ୍ରୀ ପ୍ୟାଲେସରେ କିଭଳି ନୂଆଖାଇ ପାଳନ କରାଯିବ ସେ ନେଇ ସମସ୍ତେ ଚାହିଁ ରହିଥାନ୍ତି। ରାଜନୀତିରେ କନକ ବର୍ଦ୍ଧନ ସିଂହଦେଓ ଓ ଅନଙ୍ଗ ଉଦୟ ସିଂହଦେଓ ଅନ୍ୟ ଦଳମାନଙ୍କୁ ପ୍ରତିନିଧୀତ୍ୱ କରୁଥିବା ସତ୍ୱେ ପୂର୍ବ ବର୍ଷ ମାନଙ୍କରେ ଏକା ସଙ୍ଗେ ବସି ନୂଆ ଖାଉଥିବା ଦେଖିବାକୁ ମିଳିଥାଏ। ତେବେ ଚଳିତ ବର୍ଷ କରୋନା ଯୋଗୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଓ ଅର୍କେଶ ନାରାୟଣ ସିଂହଦେଓ ଶୈଳଶ୍ରୀ ପ୍ୟାଲେସରେ ନୂଆ ଖାଇଛନ୍ତି। ଚଳିତ ବର୍ଷ ଅନଙ୍ଗ ଉଦୟ ସିଂହଦେଓ, କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଙ୍ଗିତା କୁମାରୀ ସିଂହଦେଓ ପରିବାରଠାରୁ ଦୂରରେ ରହିଥିବାରୁ ପରିବାର ସହ ନୂଆ ଖାଇ ନ ଥିବା ଜଣାପଡ଼ିଛି। ଦୁଇ ଭାଇଙ୍କ ସହ କଳିକେଶ ସିଂହଦେଓଙ୍କ ସ୍ତ୍ରୀ ମେଘନା ଦେବୀ, ଅର୍କେଶ ନାରାୟଣ ସିଂହଦେଓଙ୍କ ସ୍ତ୍ରୀ ଅଦ୍ରିଜା ମଞ୍ଜରୀ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଲିଥିଲା।

ସୂଚନାଯୋଗ୍ୟ ଯେ, ରାଜ୍ୟ ରାଜନୀତିରେ ସିଂହଦେଓ ପରିବାରର ଦବଦବା ରହିଛି। କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ସ୍ତ୍ରୀ ସଙ୍ଗିତା କୁମାରୀ ସିଂହଦେଓ ବିଜେପି ଦଳରେ ରହିଥିବା ବେଳେ ଅନଙ୍ଗ ଉଦୟ ସିଂହଦେଓ ଓ ତାଙ୍କ ପୁଅମାନେ ବିଜେଡିରେ ରହିଛନ୍ତି। ପ୍ରାୟ ସମସ୍ତ ନିର୍ବାଚନରେ ପରିବାର ଲୋକ ନିର୍ବାଚନରେ ମୁହାଁମୁହିଁ ହେଉଥିବା ବେଳେ ନୂଆଖାଇ ସମୟରେ ଉଭୟ ପରିବାରର ଆଭିମୁଖ୍ୟ ନିହାତି ଭାବେ ଏକ ଆଲୋଚନାର ବିଷୟ ରହିଥାଏ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories