ମହିଳା ମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଉଦଜିବୀତ କରେ ଜୟନ୍ତି ଯୁବକ ସଂଘର ନୂଆଖାଇ ଭେଟଘାଟ୍
ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଵାବେବିରା ଗ୍ରାମରେ ଗ୍ରାମର ଯୁବ ଗୋଷ୍ଠୀ ଦ୍ଵାରା ନୂଆଖାଇ ଭେଟଘାଟ ଅବସରରେ ଏକ ନିଆରା ପ୍ରୟାସ ହୋଇଥିଲା । ସାଧାରଣତଃ ନୂଆଖାଇ ଭେଟଘାଟ ପ୍ରତ୍ୟେକ ଅନୁଷ୍ଠାନ ମାନଙ୍କରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ହୋଇଥାଏ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କେବଳ କଳାକାରମାନେ କଳା ପ୍ରଦର୍ଶନ କରିଥାନ୍ତି ଓ ପୁରୁଷ ମାନେ ତଥା ଛୋଟ ଛୋଟ ପିଲାମାନେ ଏହାର ଉପଭୋଗ କରିଥାନ୍ତି। ଉଭୟ ଦୃଷ୍ଟିରୁ ଗୃହିଣୀ ମାନେ ବାଦ୍ ପଡିଯାନ୍ତି । ତେଣୁ ଘରର ଚାରି କାନ୍ଥ ଭିତରେ ରହି ଯାଉଥିବା ଗୃହିଣୀ ମାନଙ୍କୁ ଏହି ନୂଆଖାଇ ଭେଟଘାଟରେ ଏହି ଯୁବକ ସଂଘର ଯୁବ ପୀଢ଼ି ମାନଙ୍କ ପ୍ରୟାସରେ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଲୋକଙ୍କ ସମ୍ମୁଖରେ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରିବାର ସୁଯୋଗ ଦିଆ ଯାଇଥିଲା। ଯାହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ଏହି ଯୁବକ ସଂଘ ୧୯୫୯ ମସିହାରେ ପ୍ରତିଷ୍ଠା ହୋଇ ଆଜି ଯାଏ ସକ୍ରିୟ ଭାବରେ ଏଭଳି ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି। ଏହି ନୂଆଖାଇ ଭେଟଘାଟ ଅବସରରେ ସଂଘର ସଭାପତି ଡଃ ଅଜିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଗୃହିଣୀ ମାନଙ୍କୁ ନେଇ ମହିଳା ବର୍ଗ ହିସାବରେ ଓ କନିଷ୍ଠ ବର୍ଗ ଅର୍ଥାତ୍ ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ଗ୍ରାମର ପୁଅ ଝିଅ ମାନଙ୍କ ପାଇଁ ସାଧାରଣ ଜ୍ଞାନ ଓ ତର୍କ ପ୍ରତିଯୋଗିତା କରାଯାଇଥିଲା। ଏହା ବ୍ୟତୀତ କନିଷ୍ଠ ବର୍ଗଙ୍କ ପାଇଁ ମନୋରଞ୍ଜନ ଧର୍ମୀ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ମହିଳା ତଥା ବାଳକ ବାଳିକା ମାନେ ବେଶ୍ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରତ୍ୟେକ ବର୍ଗର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା । ସଂଘର ସଭ୍ୟ ଓଁକାର ପ୍ରଧାନ, ସୌମ୍ୟ ରଂଜନ ନାଏକ,କ୍ରମ ସାହୁ, ସେନାପତି ବାରିକ, ମାନସ ସାହୁ ଓ ମନୀଷ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।
Comments are closed.