www.samajalive.in
Monday, December 15, 2025
17.1 C
Bhubaneswar

ଏବେ ଏଆଇ ଆର୍‌ଟିଓ କ୍ୟାମେରାରେ ଧରାପଡିବେ ପିୟୁସି ବା ପ୍ରଦୂଷଣ ପ୍ରମାଣପତ୍ର ନଥିବା ଗାଡି

ନୂଆଦିଲ୍ଲୀ – ଟ୍ରାଫିକ ପୁଲିସ ବଦଳରେ ଟ୍ରାଫିକ୍‌ କ୍ୟାମେରାରେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦ୍ରୁତଗତି ସହ ହେଲମେଟ୍‌ ପିନ୍ଧି ନଥିବା ଏବଂ ସିଟ୍‌ବେଲ୍ଟକୁ ନ ବାନ୍ଧି ନିୟମ ଉଲ୍ଲଘଂନ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଗାଡି ରାସ୍ତାରେ ଚାଲିବାକୁ ହେଲେ ପ୍ରଦୁଷଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଏବେ ପ୍ରଦୁଷଣ ପ୍ରମାଣପତ୍ର ନଥିବା ଗାଡିକୁ କ୍ୟାମେରା ମାଧ୍ୟମରେ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଇ- ଚାଲାଣ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଥମେ ଦିଲ୍ଲୀରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ଦିଲ୍ଲୀ ପରିବହନ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଏପରି କ୍ୟାମେରା ଲଗାଯାଇଛି ।

- Advertisement -

ଏଆଇ ବୈଷୟିକ ଜ୍ଞାନ ସଂଯୁକ୍ତ କ୍ୟାମେରା ଏବେ ଦିଲ୍ଲୀର ବିଭିନ୍ନ ପେଟ୍ରୋଲ ପମ୍ପରେ ସ୍ଥାପନ କରାଯାଇଛି । ଏଠାକୁ ଆସୁଥିବା ଗାଡି ଅନେକ ସମୟ ଧରି ରହୁଥିବାରୁ କେଉଁ ଗାଡିରେ ପିୟୁସି ନାହିଁ ସେ ବିଷୟରେ ତଥ୍ୟ ମିଳିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories