www.samajalive.in
Monday, December 15, 2025
17.1 C
Bhubaneswar

୧୭ରୁ ପ୍ରାର୍ଥୀପତ୍ର ଦାଖଲ, ସେପ୍ଟେମ୍ବର ୨୪ରେ ମତଦାନ

କେନ୍ଦୁଝରଗଡ : ବହୁଚର୍ଚ୍ଚିତ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନ ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଘ ଉପଦେଷ୍ଟା କୈଳାଶ ଚନ୍ଦ୍ର ପଣ୍ଡା ଓ ଗୋପାଳ କୃଷ୍ଣ ପରିଡା ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ବିଭୁତିଭୂଷଣ ପ୍ରଧାନଙ୍କ ଦସ୍ତଖତ ଥାଇ ପ୍ରକାଶ ପାଇଥିବା ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଅଗଷ୍ଟ ୧୬ ତାରିଖରେ ସଂଘର ପୂର୍ଣ୍ଣାଙ୍ଗ ମତଦାତା-ସଭ୍ୟ ତାଲିକା ପ୍ରକାଶନ, ଅଗଷ୍ଟ ୧୭ରୁ ୨୦ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମନୋନୟନ ପତ୍ର ବିକ୍ରୟ, ଅଗଷ୍ଟ ୧୭ରୁ ୨୨ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମନୋନୟନପତ୍ର ଦାଖଲ, ଅଗଷ୍ଟ ୨୩ତାରିଖ ଅପରାହ୍ନ ୧ଘଟିକା ପରେ ମନୋନୟନପତ୍ର ତାଲିକା ପ୍ରକାଶନ କରାଯିବ। ଅଗଷ୍ଟ ୨୪ରୁ ୨୬ତାରିଖ ପୂର୍ବାହ୍ନ ୧୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମନୋନୟନପତ୍ର ବିରୋଧରେ ଅଭିଯୋଗ ଗ୍ରହଣ, ଅଗଷ୍ଟ ୨୭ ଓ ୨୮ ତାରିଖ ସନ୍ଧ୍ୟା ୬ଘଟିକା ପରେ ମନୋନୟନପତ୍ର ଯାଞ୍ଚ ଓ ଅଭିଯୋଗ ଶୁଣାଣୀ, ଅଗଷ୍ଟ ୨୯ ତାରିଖ ଅପରାହ୍ନ ୧ଘଟିକା ପରେ ସଠିକ୍‌‌ ମନୋନୟନପତ୍ର ପ୍ରକାଶନ, ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧ତାରିଖ ପୂର୍ବାହ୍ନ ୧୦ଘଟିକାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମନୋନୟନପତ୍ର ପ୍ରତ୍ୟାହାର ପରେ ଅଗଷ୍ଟ ୩ ତାରିଖ ପୂର୍ବାହ୍ନ ୧୦ଟାରେ ଚୂଡାନ୍ତ ମନୋନୟନପତ୍ର ପ୍ରକାଶ ପାଇବ ବୋଲି ଉପଦେଷ୍ଟା ଗୋପାଳ କୃଷ୍ଣ ପରିଡା କହିଛନ୍ତି । ଘସିପୁରା, ରାମଚନ୍ଦ୍ରପୁର ଓ ହାଟଡିହି ଜୋନ ସଦସ୍ୟଙ୍କ ପାଇଁ ପ୍ରାଣବଲ୍ଲଭ ପବ୍ଲିକ୍‌‌ ସ୍କୁଲ ଗୋହିରା, ଘସିପୁରା ଏବଂ କେନ୍ଦୁଝର, ଚମ୍ପୁଆ, ଢ଼େଙ୍କିକୋଟ ଓ ଘଟଗାଁ ଜୋନ ସଦସ୍ୟଙ୍କ ପାଇଁ ଜେଲରୋଡସ୍ଥିତ କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସେପ୍ଟେମ୍ବର ୨୪ ତାରିଖ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ତହିଁପରଦିନ ଅର୍ଥାତ ସେପ୍ଟେମ୍ବର ୨୫ ତାରିଖ ପୂର୍ବାହ୍ନ ୮ଟାରୁ ମ୍ୟୁନିସିପାଲିଟି କଲ୍ୟାଣମଣ୍ଡପ କେନ୍ଦୁଝର ଠାରେ ଭୋଟଗଣତି ଆରମ୍ଭ ହୋଇ ଶେଷ ହୋଇ ଫଳାଫଳ ପ୍ରକାଶ ପାଇବ ବୋଲି ଉପଦେଷ୍ଟା ଶ୍ରୀ ପରିଡା କହିଛନ୍ତି । ଶୃଙ୍ଖଳିତ ମତଦାନ ପାଇଁ ନିଃସନ୍ଦେହ ପରିଚୟ ଏକ ସାମାଜିକ ଦାୟିତ୍ୱ ହୋଇଥିବାରୁ ମତଦାନ ପୂର୍ବରୁ ମତଦାତା ନିଜର ପରିଚୟ ପ୍ରତିଷ୍ଠା ପାଇଁ ଅଧିକାରୀଙ୍କ ନିକଟରେ ଭୋଟ ପରିଚୟପତ୍ର, ଆଧାର କାର୍ଡ, ପାନ କାର୍ଡ, ପାସପୋର୍ଟ, ଡ୍ରାଇଭିଙ୍ଗ ଲାଇସେନ୍ସ ଅଥବା ବ୍ୟାଙ୍କ ଖାତା ପ୍ରଦର୍ଶନ ବାଧ୍ୟତାମୂଳକ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି। ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ସହ ଶାନ୍ତିଶୃଙ୍ଖଳା କିଭଳି ରକ୍ଷା କରାଯାଇ ପାରିବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ୍‌‌ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପୁଲିସ ଫୋର୍ସ ଯୋଗାଇ ଦେବାକୁ ନିର୍ବାଚନ ପରିଚାଳନା ଦାୟିତ୍ୱ ତୁଲାଉଥିବା ଉପଦେଷ୍ଟାମଣ୍ଡଳୀ ପକ୍ଷରୁ ପ୍ରଶାସନର ସହଯୋଗ ଲୋଡିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories