www.samajalive.in
Monday, December 15, 2025
15.1 C
Bhubaneswar

ନଗଦ ନୋଟ୍‍ ସଙ୍କଟ : ବ୍ୟାଙ୍କ ସଂଘର ବିକ୍ଷୋଭ ଧମକ

ନୂଆଦିଲ୍ଲୀ : କିଛି ଦିନ ହେବ ଦେଶରେ ଦେଖାଦେଇଥିବା ନଗଦ ନୋଟ୍‍ ସଙ୍କଟକୁ ନେଇ ଆଜି ବ୍ୟାଙ୍କ ସଂଘ ବିକ୍ଷୋଭ ଧମକ ଦେଇଛି। ସମ୍ପ୍ରତି ନୋଟ୍‍ ଅଭାବକୁ ନେଇ ସରକାର ଅଧିକ ବିବୃତି ନ ଦେଇ କିଭଳି ଯୋଗାଣ ସ୍ଥିତିରେ ସୁଧାର ଆସିବ ସେ ନେଇ ତୁରନ୍ତ ସୁଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ଏଆଇବିଇଏ)ର ମହାସଚିବ ସି.ଏଚ୍‍. ଭେଙ୍ଗଟଚେଲ୍ଲମ୍‍ କହିଛନ୍ତି। ଗତ କିଛି ସପ୍ତାହ ହେବ ଦେଶରେ ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶ, ରାଜସ୍ତାନ, ଗୁଜରାଟ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଆଜି ରାଜ୍ୟରେ ନୋଟ୍‍ ଅଭାବ ଜନିତ ଉତ୍କଟ ସ୍ଥିତି ଦେଖିବାକୁ ମିଳିଛି। ଏହି ରାଜ୍ୟଗୁଡିକର ଏଟିଏମ୍‍ରେ ‘ନୋ କ୍ୟାଶ୍‍’ସାଇନ୍‍ବୋର୍ଡ ଦେଖାଉଛି। ଏଭଳି ସ୍ଥିତି ଯୋଗୁ ବ୍ୟାଙ୍କ କର୍ମଚାରୀମାନେ ସର୍ବସାଧାରଣଙ୍କ ରୋଶର ଶିକାର ହେଉଛନ୍ତି।
ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥାକୁ ପର୍ଯ୍ୟାପ୍ତ ମାତ୍ରାରେ ନଗଦ ନୋଟ୍‍ ଯୋଗାଣ କରାଯିବା ସହ ପ୍ରିଣ୍ଟିଂ ରହିଥିବା ନେଇ ରିଜର୍ଭ ବ୍ୟାଙ୍କ ଦାବି କରୁଥିବାବେଳେ ବର୍ତ୍ତମାନର କୃଷି ଋୁତୁ ପାଇଁ ନଗଦ ଅର୍ଥର ଚାହିଦା ବଢିଯାଇଥିବା ସରକାର କହୁଛନ୍ତି। ବର୍ତ୍ତମାନର ନୋଟ୍‍ ଅଭାବ ପାଇଁ ସଂଘ ରିଜର୍ଭ ବ୍ୟାଙ୍କକୁ ଦୋଷ ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କର ନଗଦ ନୋଟ୍‍ ପରିଚାଳନା ଜନିତ ତ୍ରୁଟି ଏଭଳି ସମସ୍ୟା ସୃଷ୍ଟି କରିଥିବା ସଂଘ କହିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପର୍ଯ୍ୟାପ୍ତ ମାତ୍ରାରେ ନୋଟ୍‍ ପ୍ରିଣ୍ଟ କରାଯାଇଥିବା ନେଇ ବିବୃତି ଦେଇଛନ୍ତିି। ତେବେ ଏହି ସବୁ ନୋଟ୍‍ କେଉଁଆଡେ ଗଲା, ତାହା କଣ ତଦନ୍ତ କରାଯିବା ଆବଶ୍ୟକ ନୁହେଁ ବୋଲି ଶ୍ରୀ ଭେଙ୍କଟଚ୍ଚଲମ୍‍ କହିଛନ୍ତି। ବିମୁଦ୍ରାୟନକୁ ୧୬ ମାସ ବିତିଯାଇଥିଲେ ସୁଦ୍ଧା ଦେଶରେ ଅନେକ ଏଟିଏମ୍‍କୁ ନୂଆ ଡିଜାଇନ୍‍ର ନୋଟ୍‍ ସଂସ୍ଥାପିତ କରିବାକୁ ଏ ଯାଏ ପ୍ରସ୍ତୁତ କରାଯାଇ ନ ଥିବା ସଂଘ ଅଭିଯୋଗ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories