www.samajalive.in
Sunday, December 14, 2025
19.1 C
Bhubaneswar

ମହିଳାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ

ଲଣ୍ଡନ୍‍: ଭାରତରେ ମହିଳାଙ୍କ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦେବାକୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ମୁଖ୍ୟ କ୍ରିଷ୍ଟିନେ ଲାଗାର୍ଡେ ଉପଦେଶ ଦେଇଛନ୍ତି। ମୋଦିଙ୍କ ଇଂଲଣ୍ଡ ଗସ୍ତ ଅବସରରେ ଲାଗାର୍ଡେ କହିଛନ୍ତି ଯେ ଭାରତରେ ମହିଳାମାନଙ୍କ କ୍ଷେତ୍ରରେ ଯାହା ଘଟୁଛି ତାହା ଘୃଣ୍ୟ ଓ ବିରକ୍ତିକର। ଏଥିପ୍ରତି ପ୍ରଧାନମନ୍ତ୍ରୀଙ୍କ ସମେତ ଭାରତର ଉଚ୍ଚ ଅଧିକାରୀମାନେ ଅଧିକ ଦୃଷ୍ଟି ଦେବା ଆବଶ୍ୟକ। ଏହାକୁ ନିଜ ବ୍ୟକ୍ତିଗତ ମନ୍ତବ୍ୟ ବୋଲି ଲାଗାର୍ଡେ ଅଭିହିତ କରିଛନ୍ତି। ମହିଳା ସୁରକ୍ଷା ପ୍ରସଙ୍ଗରେ ଗତ ଚାରିମାସ ମଧ୍ୟରେ ମୋଦିଙ୍କୁ ଲାଗାର୍ଡେଙ୍କ ଏହା ଦ୍ୱିତୀୟ ଉପଦେଶ ବୋଲି କୁହାଯାଉଛି। ଡାଭୋସ୍‍ଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ସମ୍ମିଳନୀ ପରେ ଲାଗାର୍ଡେ ଏହି ପ୍ରସଙ୍ଗ ଉଠାଇଥିଲେ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣରେ ଭାରତର ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ କିଛି ବି ଉଲ୍ଲେଖ ନଥିବାରୁ ଲାଗାର୍ଡେ ସମାଲୋଚନା କରିବା ସହିତ ସେ ସମ୍ପର୍କରେ ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories