www.samajalive.in
Tuesday, December 9, 2025
26.1 C
Bhubaneswar

୨୦୨୪ ନିର୍ବାଚନରେ କଂଗ୍ରେସ ୩୦୦ ଆସନ ପାଇବ କି ନାହିଁ ସେ ସମ୍ପର୍କରେ ନିଶ୍ଚିତ ନୁହଁ- ଗୁଲାମ ନବୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପୁନଃ ୩୭୦ ଧାରା ଲାଗୁ କରିବା ପାଇଁ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ୩୦୦ ଆସନରେ ଜିତିବ କି ନାହିଁ ସେ ସମ୍ପର୍କରେ ସେ ନିଶ୍ଚିତ ନୁହନ୍ତି ବୋଲି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି । ପୁଞ୍ଚରେ ଏକ ଜନ ସମାବେଶରେ ଉଦବୋଧନ ଦେଇ ଗୁଲାମ ନବୀ କହିଛନ୍ତି ଯେ, ସର୍ବପୁରାତନ ଦଳ କଂଗ୍ରେସ ୨୦୨୪ ନିର୍ବାଚନରେ ୩୦୦ ଆସନରେ ଜିତୁ ବୋଲି ସେ ପ୍ରାର୍ଥନା କରୁଛନ୍ତି, କିନ୍ତୁ ତାହା ହେବବୋଲି ତାଙ୍କୁ ଲାଗୁନାହିଁ । ସୂଚନାଯୋଗ୍ୟ ଯେ ଜମ୍ମୁ କାଶ୍ମୀରରେ ୩୭୦ ଧାରା ପୁଣି ଫେରାଇ ଆଣିବା ପ୍ରସଙ୍ଗ ଉପରେ ଗୁଲାମ ନବୀ ଏହା କହିଛନ୍ତି । ସେ କହିଛନ୍ତି ଯେ ଶାସକ ଦଳ ଅଥବା ସୁପ୍ରିମକୋର୍ଟ ଚାହିଁଲେ ୩୭୦ ଧାରାକୁ ପୁନଃ ଲାଗୁ କରିପାରିବେ । କିନ୍ତୁ ଉକତ ସରକାର ଯେତେବେଳେ ଏହାକୁ ଉଚ୍ଛେଦ କରିଛନ୍ତି, ତାହା କିଭଳି ଏହାକୁ ଫେରାଇ ଆଣିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଆଜାଦ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଏହି ନିଷ୍ପତ୍ତି ନେବା ପାଇଁ କଂଗ୍ରେସକୁ ୩୦୦ରୁ ଅଧିକ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । କିନ୍ତୁ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ୩୦୦ ଆସନ ପାଇବା ମନେହେଉନାହିଁ । ଭଗବାନ ଚାହିଁଲେ ଏହା ସମ୍ଭବ ହୋଇପାରିବ । କିନ୍ତୁ ସମ୍ଭାବନା କ୍ଷୀଣ । ଏହି ଅବସରରେ ଜମ୍ମୁ କାଶ୍ମୀରକୁ ରାଜ୍ୟମାନ୍ୟତା ପ୍ରଦାନ କରିବା ପାଇଁ ସଂସଦରେ ବିଲ୍‍ ଆଗତ କରିବାକୁ ଗୁଲାମ ନବୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । କଂଗ୍ରେସ ଦଳ ୩୭୦ ଧାରାକୁ ନେଇ ନୀରବ ରହିଥିବା ପ୍ରସଙ୍ଗ ନ୍ୟାସନାଲ କନଫରେନ୍ସର ଉପସଭାପତି ଓମାର ଅବଦୁଲ୍ଲା ଉଠାଇବା ପରେ ଆଜାଦ କହିଛନ୍ତି ଯେ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଏହି ଅବସରରେ ସେ ମେହବୁବା ମୁଫତିଙ୍କୁ ସମାଲୋଚନା କରି କହିଥିଲେ ଯେ ତାଙ୍କ ଦଳ ପିଡିପି ଜମ୍ମୁ କାଶ୍ମୀରରେ ବିଜେପି ସହିତ ମେଣ୍ଟ କରି ବିରାଟ ଭୁଲ କରିଛି ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories