www.samajalive.in
Sunday, December 14, 2025
17.1 C
Bhubaneswar

ଗଞ୍ଜାମ ଏନଏସିରେ ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୌର ନିର୍ବାଚନ ପାଇଁ ବିଜେଡି ଅଧ୍ୟକ୍ଷା ଓ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ରବିବାର ଦାଖଲ ହୋଇଛି। ଦଳର ନେତା ଓ କର୍ମୀ ତଥା ପ୍ରାର୍ଥୀମାନେ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ଏଲେମା ମନ୍ଦିରଠାରେ ପୂଜା ଅର୍ଚ୍ଚନା ପରେ ବାହାରି ବଜାର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ମଧ୍ୟ ସାମିଲ ହୋଇଥିଲେ। ପରେ ସମସ୍ତ ପ୍ରାର୍ଥୀ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପାଇଁ ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ଜୁଲି ପାତ୍ର, ଏଥିସହିତ ୱାର୍ଡ ନଂ ୧ରେ ସୁରେନ୍ଦ୍ର କୁମାର ବାରିକ, ୨ ରେ ରିତାଦେବୀ ମହାରଣା, ୱାର୍ଡ ନଂ ୩ ରେ ରଇବାରି ଯାନୀ, ୱାର୍ଡ ନଂ ୪ ସବିତା ବେହେରା, ୱାର୍ଡ ନଂ ୫ ସଂଯୁକ୍ତା ଦାସ, ୱାର୍ଡ ୬ ଦଣ୍ଡପାଣି ପରିଡା, ୱାର୍ଡ ନଂ ୭ ପୁରୁଷୋତ୍ତମ ସାହୁ, ୱାର୍ଡ ନଂ ୮ ମହାଲକ୍ଷ୍ମୀ ନାୟକ, ୱାର୍ଡ ନଂ ୯ ସ୍ୱାଗତ ଆଶିଷ ନାୟକ ପ୍ରମୁଖ ବିଜେଡି କାଉନସିଲର ପ୍ରାର୍ଥୀ ଭାବେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରାରେ ଦଳ ପକ୍ଷରୁ ପୂର୍ଵତନ ଅଧ୍ୟକ୍ଷା ଉର୍ମିଳା ପଲାଇ, ଜିଲ୍ଲା ସମ୍ପାଦକ ବଟ କୃଷ୍ଣ ପଣ୍ଡା, ଯୁବ ସଭାପତି ସୁଧୀର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାଶ, ପୂର୍ଵତନ ସାଂସଦ ପ୍ରତିନିଧି ସୁଦାମ ପଲାଇ, ସୀମା ସାହୁ, କାମ ପଲାଇ, ଯୁବ ନେତା ମନୋଜ ପ୍ରଧାନ, ନଗର ସଭାପତି ରାଜୁ ରେଡି, ନିରଞ୍ଜନ ପରିଡା, ମଦନ ପାଢ଼ୀ, ଜିତୁ ପଣ୍ଡା, ମଣ୍ଟୁ ରାଉଳ, ଶଙ୍କର ବୈଠରୁ, ଅଶୋକ ବେହେରା, ପ୍ରଭାତ ସାହୁ, ସୂରିୟା ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories