www.samajalive.in
Saturday, December 6, 2025
16.1 C
Bhubaneswar

ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ ପାଇଁ ବିଶାଳ ପଟୁଆର

ବାଙ୍କୀ: ବାଙ୍କୀ ଏନଏସି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ବିଜୁ ଜନତା ଦଳ ପକ୍ଷରୁ ବାଙ୍କୀ ସହରରେ ପ୍ରାର୍ଥୀମାନେ ବିଶାଳ ପଟୁଆରରେ ଆସି ଏନଏସି କାର୍ଯ୍ୟାଳୟରେ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏନଏସିର ସମସ୍ତ ୧୭ଗୋଟି ଓ୍ବାର୍ଡର କାଉନସିଲର ପ୍ରାର୍ଥିଙ୍କ ସହିତ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ପାଇଁ ନଗରପାଳ ପ୍ରାର୍ଥୀ ଭାବରେ ବିଜୁ ଜନତା ଦଳରୁ ମାଣିକ ସାହୁ ଏହି ପଟୁଆରରେ ସାମିଲ ହୋଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସ୍ଥାନୀୟ ବ୍ରହ୍ମେଇ ଠାକୁରାଣୀ ପୀଠରୁ ୨ଟି ଖୋଲା ଗାଡିରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ନିଜ ଦଳ ପକ୍ଷରୁ ଘୋଷଣା କରାଯାଇଥିବା କାଉନସିଲର ପ୍ରାର୍ଥୀମାନଙ୍କୁ ସାଥିରେ ନେଇ ବାଙ୍କୀ ସହର ପରିକ୍ରମା କରି ପୃଥକ ପୃଥକ ଭାବରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଭିନ୍ନ ଓ୍ବାର୍ଡର ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ ଦେଉଥିବା ବିଜେଡିର ୱାର୍ଡୱାରୀ ଛାମୁଆ ନେତା ଓ ମୁରବିମାନେ ଏହି ପଟୁଆର ଓ ମୋଟରସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ, ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ବିଜେଡି ଏହି ନିଆରା ଢଙ୍ଗରେ ପ୍ରାର୍ଥିପତ୍ର ଦାଖଲ କରିଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories