www.samajalive.in
Saturday, December 6, 2025
26.1 C
Bhubaneswar

୬ ରାଜ୍ୟର ୧୩ ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୩୧ରେ ନିର୍ବାଚନ

ନୂଆଦିଲ୍ଲୀ : ଛଅଟି ରାଜ୍ୟର ୧୩ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୩୧ରେ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ଏପ୍ରିଲରେ ଏହିସବୁ ଖାଲି ହେବାକୁ ଯାଉଛି। ସୋମବାର ନିର୍ବାଚନ ଆୟୋଗ କହିଛନ୍ତି, ଆସାମ, ହିମାଚଳ ପ୍ରଦେଶ, କେରଳ, ନାଗାଲାଣ୍ଡ ଏବଂ ତ୍ରିପୁରାର ରାଜ୍ୟସଭା ସଦସ୍ୟମାନେ ଏପ୍ରିଲ ୨ରେ ଅବସର ନେଉଥିବା ବେଳେ ପଞ୍ଜାବର ପାଞ୍ଚଜଣ ସଦସ୍ୟ ଏପ୍ରିଲ ୯ ରେ ଅବସର ନେଉଛନ୍ତି । ବରିଷ୍ଠ କଂଗ୍ରେସ ନେତା ଏ.କେ ଆଣ୍ଟୋନି ଏବଂ ଆନନ୍ଦ ଶର୍ମା ମଧ୍ୟ ଅବସର ନେଉଛନ୍ତି।

ଅବସର ନେଉଥିବା ସଦସ୍ୟଙ୍କ ମଧ୍ୟରେ ଏ.କେ ଆଣ୍ଟୋନି (କେରଳ), ଆନନ୍ଦ ଶର୍ମା (ହିମାଚଳ ପ୍ରଦେଶ), ପ୍ରତାପ ସିଂ ବାଜୱା ଏବଂ ନରେଶ ଗୁଜରାଲ (ପଞ୍ଜାବ) ପ୍ରମୁଖ ଅଛନ୍ତି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଆଣ୍ଟୋନି, ଶର୍ମା ଏବଂ ବାଜୱା କଂଗ୍ରେସର ହୋଇଥିବାବେଳେ ଗୁଜରାଲ ଶିରୋମଣି ଅକାଳୀ ଦଳର।

- Advertisement -

ନିର୍ବାଚନ ଆୟୋଗ ଏକ ବିବୃତ୍ତିରେ କହିଛନ୍ତି, ଯେ ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୧୪ରେ ବିଜ୍ଞପ୍ତି ପ୍ରକାଶ ଏବଂ ମାର୍ଚ୍ଚ ୩୧ରେ ମତଦାନ ଅନୁଷ୍ଠିତ ହେବ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories