ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍ ଘୋଷଣା; ୩ଜଣ ମିଳିତ ଭାବେ ପାଇବେ ଏହି ସମ୍ମାନଜନକ ପୁରସ୍କାର
ପିଏରେ ଅଗୋସ୍ତିନି, ଫେରେନ୍ସ କ୍ରାଉଜ ଏବଂ ଆନେ ଏଲ’ହୁଇଲିଅରଙ୍କୁ ମିଳିବ ନୋବେଲ୍ ପୁରସ୍କାର-୨୦୨୩
ଷ୍ଟକ୍ହୋମ୍: ପଦାର୍ଥ ବିଜ୍ଞାନ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ତିନି ଜଣ ପଦାର୍ଥ ବିଜ୍ଞାନୀ ମିଳିତ ଭାବେ ପାଇବେ ନୋବେଲ୍ ପୁରସ୍କାର-୨୦୨୩। ପିଏରେ ଅଗୋସ୍ତିନି, ଫେରେନ୍ସ କ୍ରାଉଜ ଏବଂ ଆନେ ଏଲ’ହୁଇଲିଅର ପଦାର୍ଥ ବିଜ୍ଞାନ ପାଇଁ ପାଇବେ ସମ୍ମାନଜନକ ନୋବେଲ୍ ପୁରସ୍କାର।
BREAKING NEWS
The Royal Swedish Academy of Sciences has decided to award the 2023 #NobelPrize in Physics to Pierre Agostini, Ferenc Krausz and Anne L’Huillier “for experimental methods that generate attosecond pulses of light for the study of electron dynamics in matter.” pic.twitter.com/6sPjl1FFzv— The Nobel Prize (@NobelPrize) October 3, 2023
ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତା କ୍ଷେତ୍ରରେ ଅନୁସନ୍ଧାନ ପାଇଁ ଏହି ତିନି ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍। ଆନେ ଏଲ’ହୁଇଲିଅର ପଦାର୍ଥ ବିଜ୍ଞାନର ଏହି କ୍ଷେତ୍ରରେ ନୋବେଲ୍ ଜିତିଥିବା ପଞ୍ଚମ ମହିଳା।
Comments are closed.