www.samajalive.in
Sunday, December 14, 2025
26.1 C
Bhubaneswar

ଗଞ୍ଜାମରେ ସାଇବର ସୁରକ୍ଷା ଅଭିଯାନ, ଅପରାଧ ରୋକିବାକୁ ସଚେତନତା ରଥ

ଗଞ୍ଜାମ: ରାଜ୍ୟରେ ସାଇବର ଅପରାଧ ବୃଦ୍ଧି ପାଇଥିବା ଯୋଗୁଁ ଏହାକୁ କିଭଳି ରୋକାଯାଇପାରିବ ସେଥିପାଇଁ ଜନ ସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ରୋକିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ସାଇବର ଅପରାଧ ୟୁନିଟ କ୍ରାଇମବ୍ରାଞ୍ଚ ଓଡ଼ିଶା ସରକାରଙ୍କ ଦ୍ୱାରା ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମଠାରେ ମଙ୍ଗଳବାର ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଚେତନ କାର୍ଯ୍ୟକ୍ରମରେ ଏନଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡ୍ଡୀ, ଶ୍ୟାମା ରେଡ୍ଡୀ, କାଉନସିଲର ଚନ୍ଦ୍ର ଶେଖର ରେଡ଼ି, ଖେଳ ଶିକ୍ଷକ ପ୍ରତିରଞ୍ଜନ ପ୍ରଧାନ, ଅରୁଣ ମହାନ୍ତିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ। ସାଇବରର ଶିକାର ହୋଇଥିବା ବ୍ୟକ୍ତି ୧୯୩୦କୁ ଡାଏଲ କରି ସହାୟତା ନେବା ପାଇଁ କୁହାଯାଇଛି। ଏଥିସହ ବୀମା ସମ୍ବନ୍ଧୀୟ ତଥ୍ୟ କିମ୍ବା ମୋବାଇଲ ଓଟିପି ନମ୍ବର କାହାକୁ ଦିଅନ୍ତୁ ନାହିଁ ବୋଲି ସଚେତନକାରୀଙ୍କ ପକ୍ଷରୁ କୁହାଯାଇଛି। ଏହାକୁ ଥାନା ଅଧିକାରୀ ସୁମିତ୍ରା ପାତ୍ର, ଏସଆଇ କେଏମ ସାହୁ, ମହିଳା ଏଏସଆଇ ସୁପ୍ରଭା ସାହୁଙ୍କ ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀଙ୍କ ସହଯୋଗରେ ପରିଚାଳନା କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories