ବିଦ୍ୟୁତ ଉତ୍ପାଦନ ପାଇଁ ହୀରାକୁଦରେ ପାଣି ନାହିଁ
ବୁର୍ଲା : ବିଦ୍ୟୁତ ଉତ୍ପାଦନ ପାଇଁ ହୀରାକୁଦରେ ପାଣି ନାହିଁ । ୨ ଦିନ ହେବ ବୁର୍ଲା ପାଓ୍ବାର ହାଉସରୁ ବିଦ୍ୟୁତ ଉତ୍ପାଦନ ହୋଇନି । କିଛି ଦିନ ହେବ ବିଦ୍ୟୁତ ଉତ୍ପାଦନ ପାଇଁ ଆବଶ୍ୟକ ଜଳ ନାହିଁ । ଗ୍ରୀଷ୍ମ ପରେ ଆଷାଢ ଆସିଥିଲେ ମଧ୍ୟ ବର୍ଷା ହୋଇନି କି ଉପର ମୁଣ୍ତରୁ ଜଳ ପ୍ରବେଶ ମଧ୍ୟ ବନ୍ଦ ରହିଛି । ଏଭଳି ସ୍ଥିତିରେ ଜଳ ସ୍ତର ଅଧିକ ହ୍ରାସ ପାଉଛି । ବୁର୍ଲା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ୨୬୭.୫ ମେଗା ଓ୍ବାଟ ଓ ଚିପିଲିମରେ ୭୨ ମେଗାଓ୍ଵାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ରହିଛି । ଶନିବାର ବୁର୍ଲା ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ରୁ ୪.୩୭୫ ମେଗା ଓ୍ଵାଟ, ଚିପିଲିମାରୁ ୧୩.୨୦୮ ମେଗା ଓ୍ବାଟ ବିଦ୍ୟୁତ ଉତ୍ପାଦନ ହୋଇଛି । ରବିବାର ବୁର୍ଲାରୁ ଶୂନ ଥିବା ବେଳେ ଚିପିଲିମାରୁ ୨.୭୦୮ ମେଗାଓ୍ଵାଟ ଉତ୍ପାଦନ ହୋଇଛି ଓ ଆଜି ସୋମବାର ମଧ୍ୟ ବୁର୍ଲାରୁ ଶୂନ ମେଗାଓ୍ଵାଟ ଉତ୍ପାଦନ ହୋଇଥିବା ବେଳେ ଚିପିଲିମାରେ ୧.୨୦୮ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ହୋଇଛି । OHPC ଓ୍ଵେବସାଇଟରେ ଏହି ତଥ୍ୟ ରହିଛି । ଏହି ତିନି ଦିନ ମଧ୍ୟରେ ଶନିବାର କେବଳ ୭୧୪ କ୍ୟୁସେକ ଜଳ ପାଓ୍ଵାର କେନାକୁ ଛଡା ଯାଇଥିବା ବେଳେ ରବିବାର ଓ ସୋମବାର ଜଳ ଛଡାଯାଇନାହି ।
Comments are closed.