www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ: ବଳୀଦାନକୁ ମନେ ପକାଉଛି ଓଡ଼ିଶା

କଟକ : ମୋତେ ରକ୍ତ ଦିଅ , ମୁଁ ତୁମକୁ ସ୍ଵାଧୀନତା ଦେବି । ଏହି ପକ୍ତିଟି ଯେତେବେଳେ ମନକୁ ଆସେ ,ମନେ ପଡିଯାଆନ୍ତି ପରାକ୍ରମୀ ପୁରୁଷ ସୁବାଷ ଚନ୍ଦ୍ର ବୋଷ।  ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୮ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଆଜି ସାରା ଦେଶ ପାଳନ କରୁଛି ପରାକ୍ରମ ଦିବସ। ପରାକ୍ରମୀ ଯୁଗଜନ୍ମାଙ୍କୁ ଆଜି ମନେ ପକାଉଛି ସାରା ଦେଶ। ୧୮୯୭ ଜାନୁଆରୀ ୨୩ ତାରିଖ କଟକରେ ତାଙ୍କର ଜନ୍ମ। ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଏବଂ ମାଆଙ୍କ ନାମ ପ୍ରଭାବତୀ ଦତ୍ତ। କଟକ ରେଭେନ୍ସା କଲିଜିଏଟରୁ ସ୍କୁଲ ଶିକ୍ଷା ସମାପ୍ତ ପରେ କୋଲକାତାର ପ୍ରେସିଡେନ୍ସି କଲେଜରୁ ଉଚ୍ଚ ଶିକ୍ଷା ହାସଲ କରିଥିଲେ। ଉଚ୍ଚ ଶିକ୍ଷା ସମାପ୍ତ ପରେ ୧୯୧୯ ମସିହାରେ ସେ ଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତୀତ୍ଵ ହାସଲ କରିଥିଲେ। କିନ୍ତୁ ଦେଶପ୍ରେମ ତାଙ୍କୁ ଉଦବୁଧ୍ କରିଥିଲା। ଦେଶ ମାତୃକାର ସେବା କରିବାକୁ ସେ ମନସ୍ଥ କରିଥିଲେ। ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳୀରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପଟେ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାରା ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ ମଧ୍ୟ ପାଳନ କରାଯାଉଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories