www.samajalive.in
Saturday, December 6, 2025
15.1 C
Bhubaneswar

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ : ଲୋକ ଓ ସାମଗ୍ରୀ ପରିବହନରେ କୌଣସି କଟକଣା ନାହିଁ

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ପତ୍ର ଲେଖି ଅନଲକ୍-୩ ନିର୍ଦ୍ଦେଶାବଳୀର ଅନୁଚ୍ଛେଦ ୫ରେ ଆନ୍ତଃ ରାଜ୍ୟ ଓ ରାଜ୍ୟ ମଧ୍ୟରେ ଲୋକ ଓ ସାମଗ୍ରୀ ପରିବହନରେ କୌଣସି କଟକଣା ରହିବ ନାହିଁ ବୋଲି କହିଛନ୍ତି । ସ୍ବରାଷ୍ଟ୍ର ସଚିବ, ସ୍ଥାନୀୟ ସ୍ତରରେ ଏଥି ନିମନ୍ତେ କୌଣସି କଟକଣା ଲାଗୁ ନ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବର୍ତ୍ତମାନର ଅନଲକ୍-୩ରେ ଗୋଟିଏ ରାଜ୍ୟ ତଥା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଆସିବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଏହି ପତ୍ରରେ କୁହାଯାଇଛି। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପଠାଯାଇଥିବା ଚିଠିରେ ସ୍ବରାଷ୍ଟ୍ର ସଚିବ ଅଜୟ ଭାଲା କହିଛନ୍ତି ଯେ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ-ରାଜ୍ୟ ମଧ୍ୟରେ ଯାତାୟତ ନେଇ ସ୍ଥାନୀୟ ସ୍ତରରେ ପ୍ରତିବନ୍ଧକ ଲଗାଯାଉଛି।

- Advertisement -

‘ଅନଲକ୍ -୩’ ଗାଇଡଲାଇନ ସଂପର୍କରେ ସୂଚନା ଦେଇ ଶ୍ରୀ ଭାଲା କହିଛନ୍ତି ଯେ, ଏହି ପ୍ରତିବନ୍ଧକ ସାମଗ୍ରୀ ଏବଂ ସେବାଗୁଡିକର ଆନ୍ତଃରାଜ୍ୟ ଗମନାଗମନ ଉପରେ ସମସ୍ୟା ସୃଷ୍ଟି କରିଥାଏ ଏବଂ ଯୋଗାଣ ଶୃଙ୍ଖଳା ଉପରେ ପ୍ରଭାବ ପକାଇଥାଏ। ଏହା ଅର୍ଥନୈତିକ କାର୍ଯ୍ୟକଳାପ କିମ୍ବା ନିଯୁକ୍ତି ପାଇଁ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରେ।

ଏହି ଚିଠିରେ କୁହାଯାଇଛି ଯେ ‘ଅନଲକ୍’ ଗାଇଡଲାଇନରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ଆନ୍ତଃରାଜ୍ୟ ତଥା ରାଜ୍ୟ ମଧ୍ୟରେ ବ୍ୟକ୍ତି କିମ୍ବା ସାମଗ୍ରୀର ପରିବହନ ଉପରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ। ନିର୍ଦ୍ଦେଶାବଳୀରେ ଏହା ମଧ୍ୟ ଦର୍ଶାଯାଇଛି ଯେ ପଡୋଶୀ ଦେଶ ସହ ହୋଇଥିବା ଚୁକ୍ତିନାମା ଅନୁଯାୟୀ ସୀମା ବାଣିଜ୍ୟ ପାଇଁ ବ୍ୟକ୍ତି କିମ୍ବା ସାମଗ୍ରୀର ପରିବହନ ପାଇଁ କୌଣସି ପୃଥକ ଅନୁମତି, କ୍ଲିୟରାନ୍ସ କିମ୍ବା ଇ-ଅନୁମତି ଆବଶ୍ୟକ ହେବ ନାହିଁ।

ଗୃହ ସଚିବ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅନୁଯାୟୀ ଏହି କଟକଣା, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଛି । ଏହି ପ୍ରତିବନ୍ଧକ ଲଗାଯିବା ଉଚିତ ନୁହେଁ ଏବଂ ‘ଅନଲକ୍’ ନିର୍ଦ୍ଦେଶାବଳୀ ନିଶ୍ଚିତ କରାଯିବା ଉଚିତ ବୋଲି ଚିଠିରେ ଦର୍ଶାଯାଇଛି।

ସୂଚନା ଯୋଗ୍ୟ, କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୫ରୁ ଲକଡାଉନ ନେଇ ଘୋଷଣା କରିଥିଲେ। ପରେ ଏହାକୁ  ମେ’ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା | ଏହା ପରେ, ଜୁନ୍ ୧ରୁ ସାରା ଦେଶରେ ଶିଳ୍ପ କାର୍ଯ୍ୟକଳାପ ଏବଂ କାର୍ଯ୍ୟାଳୟ ଖୋଲିବା ସହିତ ‘ଅନଲକ୍’ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories