www.samajalive.in
Saturday, December 6, 2025
15.1 C
Bhubaneswar

ଆରଡିପୀଠରେ ୧୪୪ଧାରା ଜାରି, ପୂଜା ପାଇଲେ ବୁଢାଗଣେଷ

ଆରଡି: ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରଙ୍ଗଣରେ ଥିବା ବୁଢାଗଣେଷଙ୍କର ପୂଜାର୍ଚ୍ଚନା ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପୀଠରେ ୧୪୪ଧାରା ଜାରି କରାଯାଇଥିବାରୁ କଟକଣା ମଧ୍ୟରେ ସୀମିତ ସେବାୟତ ମନ୍ଦିରରେ ଉପସ୍ଥିତ ରହି ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ।

ଶନିବାର ଭୋର ମନ୍ଦିର ପହଡ ଖୋଲିବା ପରେ ଦୈନଦିନ ନୀତିନୀର୍ଘଣ୍ଟ ଅନୁଯାୟୀ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ନୀତି ସମ୍ପନ୍ନ ହେବା ପରେ ବୁଢାଗଣେଷଙ୍କ ପୂଜା ମଣ୍ଡପରେ ଘଟସ୍ଥାପନ, ଷୋଡଶ ଉପଚାର ପୁଜା , ହୋମ ଆଦି ସମ୍ପନ୍ନ ହେବା ପରେ ପରମ୍ପରା ଅନୁଯାୟୀ ସେବାୟତଙ୍କ ପକ୍ଷରୁ ୧୦୮ଭୋଗ ଥାଳି ଲାଗି କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories