www.samajalive.in
Saturday, December 6, 2025
16.1 C
Bhubaneswar

ଗୋବିନ୍ଦନଗରରେ ଛତୁବାଡ ପୋଡ଼ି

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦନଗର ଅଞ୍ଚଳ ରେ ଶୁକ୍ରବାର ମଧ୍ୟରାତ୍ରରେ କୈାଣସି ଦୁର୍ବୃତ୍ତ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସାହୁଙ୍କ ଛତୁ ବାଡ଼ ସହ କିଛି ଦୂରରେ ଥିବା ୨ଟି ଛଣ ଗଦାକୁ ନିଆଁ ଲଗେଇ ଦେଇଥିବା ଜଣାପଡିଛିl ନିଆଁ ଲାଗିଥିବା ନେଇ ପ୍ରଫୁଲ୍ଲଙ୍କ ପକ୍ଷରୁ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା, ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଞ୍ଚଳବାସୀ ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟରେ ସହଯୋଗ କରିଥିଲେ।

ଅଗ୍ନିକାଣ୍ଡ ଯୋଗୁଁ ପ୍ରଫୁଲ୍ଲଙ୍କ ପ୍ରାୟ ତିନ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଛତୁ ଚାଷ ନଷ୍ଟ ହୋଇଥିବା ଜଣାପଡିଛି। ପୁଲିସ ପକ୍ଷରୁ ଘଟଣା ନେଇ ତଦନ୍ତ ଚାଲୁ ରହିଥିବା ବେଳେ କିଏ ଛତୁବାଡରେ ନିଆଁ ଲଗାଇଛି ତାହା ନେଇ ତଦନ୍ତ ଜାରି ରଖିଛି।ଏହା ପୂର୍ବରୁ ଗତ ତିନି ବର୍ଷ ମଧ୍ୟରେ ଏହି ଗ୍ରାମରେ ଦୁର୍ବୃତ୍ତଙ୍କ ଦ୍ଵାରା ୨ଟି ବାଇକ ଏବଂ ଚାରି ଛତୁ ବାଡ଼ରେ ନିଆଁ ଲଗେଇ ପୋଡି ଦେଇଥିବା ନେଇ ଅଭିଯୋଗ ରହିଥିବା ବେଳେ ଶନିବାର ପୁଣିଥରେ ପ୍ରଫୁଲ୍ଲଙ୍କ ଛତୁବାଡ ପୋଡ଼ି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ଗିରଫ ହେବ ନା ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories