www.samajalive.in
Sunday, December 14, 2025
17.1 C
Bhubaneswar

୧୪ବର୍ଷ ହେଲା ମିଳୁନି ମଧ୍ୟାହ୍ନ ଭୋଜନ

ଜୟପୁର : ଜୟପୁରର ଦୁଇଟି ପ୍ରକଳ୍ପ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ୧୪ବର୍ଷ ହେଲା ମଧ୍ୟାହ୍ନ ଭୋଜନ ମିଳୁନାହିଁ । ଶିକ୍ଷା ବିଭାଗର ଏଭଳି ସାଂଘାତିକ ଭୁଲ ପାଇଁ ଦାୟୀ କିଏ ବୋଲି ଆଲୋଚନା ଚାଲିଛି। ସୂଚନା ଅନୁସାରେ, କୋଲାବ ବହୁମୁଖୀ ପ୍ରକଳ୍ପ ଅଧୀନରେ ଥିବା ଦୁଇଟି ଉଚ୍ଚ ବିଦ୍ୟ।।ଳୟରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉନାହିଁ। ପ୍ରକଳ୍ପ ଅଧୀନରେ ଥିବା ଜୟପୁର ଇରିଗେସନ କୋଲୋନୀର ଅପରକୋଲାବ ଯୋଜନା ଉଚ୍ଚ ବିଦ୍ୟାଳୟ ଏବଂ ବାରିଣୀପୁଟ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳୁନାହିଁ। ପ୍ରଥମେ ବାରିଣୀପୁଟରେ ଉଚ୍ଚ ବିଦ୍ୟାଳୟ ୧୯୮୨ ରେ ସ୍ଥାପିତ ହେଇଥିଲା। ପରବର୍ତ୍ତୀ ସମୟରେ ୧୯୮୭ ମସିହାରେ ଇରିଗେସନ୍‌ କୋଲନୀର ଉଚ୍ଚ ବିଦ୍ୟାଳୟ ଖୋଲିଥିଲା। ଆଶ୍ଚର୍ଯ୍ୟ ବିଷୟ ଏହି ଯେ, ଦୁଇଟି ଉଚ୍ଚ ବିଦ୍ୟାଳୟ​‌େ​‌ର ଷଷ୍ଠ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନା ପ୍ରଚଳିତ ହେବା ଦିନ ଠାରୁ ପାଉନାହାନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ପିଲା ଯେମିତି ସ୍ପୁଲ ମୁହାଁ ହେବେ ଅଧାରୁ ପାଠ ଛାଡି ଘରେ ରହିବେ ନାହିଁ। ସେଥିପାଇଁ ମଧ୍ୟାହ୍ନ ଭୋଜନ ଯୋଜନାରେ ଗୋଟିଏ ଓଳି ପିଲାଙ୍କୁ ବିଦ୍ୟାଳୟରେ ଭୋଜନ ଦିଆଯାଉଛି। ୧୯୯୫ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରଥମେ ୨୦୦୫ ଯାଏ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ରନ୍ଧାଖାଦ୍ୟ ବିଦ୍ୟାଳୟରେ ଦିଆଯିବାକୁ ନି‌େ​‌ର୍ଦ୍ଦଶ ଥିଲା। ପରବର୍ତ୍ତୀ ସମୟରେ ମଧ୍ୟାହ୍ନ ଭୋଜନ ଯୋଜନା ରାଜ୍ୟରେ ୧ ଏପ୍ରିଲ ୨୦୦୮ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଆଜକୁ ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପ ବିଦ୍ୟାଳୟ ଦୁଇଟିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ
ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳିପାରିନାହିଁ। ଛାତ୍ରଛାତ୍ରୀମାନଙ୍କୁ ଏଥିରୁ ବଞ୍ଚିତ କରି ରଖିବା ଭଳି ଅକ୍ଷମଣୀୟ ଅପରାଧ କରାଯାଇଛି ବୋଲି ସବୁମହଲରେ ଆଲୋଚନା ହେଉଛି। ଏଥିପାଇଁ ଶିକ୍ଷା ବିଭାଗ ବିଦ୍ୟାଳୟଗୁଡ଼ିକର କର୍ତ୍ତୃପକ୍ଷଙ୍କ ଆଡ଼େ ଅଙ୍ଗୁଳି ଦେଖାଉଥିବାବେଳେ ପାଲଟା ଅଭିଯୋଗ ଶିକ୍ଷକଙ୍କ ପକ୍ଷରୁ ଆସିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷା ବିଭାଗ ସହଯୋଗ କରୁନଥିବା କହିଛନ୍ତି। ଯେତେବେଳେ କୋଲାବ ବହୁମୁଖୀ ପ୍ରକଳ୍ପ ନିର୍ମାଣ ହେଲା ସେଠାରେ ଚାକିରିଆ କର୍ମଚାରୀଙ୍କ ପାଇଁ ଗଢି ଉଠିଥିଲା କ୍ୱାଟର୍ସ। ବାରିଣୀପୁଟ ଓ ଇରିଗେସନ କଲୋନୀ​‌େ​‌ର ରହୁଥିବା କର୍ମଚାରୀଙ୍କ ପିଲା ପାଠ ପଢିବା ନିମନ୍ତେ ଦୁଇଟି ବିଦ୍ୟାଳୟ ପ୍ରକଳ୍ପ ତରଫରୁ ଖୋଲାଯାଇଥିଲା। ଉକ୍ତ ଦୁଇ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ଦରମା ପ୍ରକଳ୍ପ ତରଫରୁ ବହନ କରାଯାଉଛି। ଛାତ୍ରଛାତ୍ରୀ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଇ ସାର୍ଟିଫିକେଟ ପାଉଛନ୍ତି। ଅପର କୋଲାବ ପ୍ରକଳ୍ପ ଅଧୀନରେ ଥିବା ଦୁଇଟି ବିଦ୍ୟାଳୟରେ ସରକାରଙ୍କ ଯୋଜନାକୁ ପହଞ୍ଚାଇବାରେ ଅଣଦେଖା କରିବା ପଛର ଉଦେଶ୍ୟ କଣ ହୋଇପାରେ ବୋଲି ଅନେକ ଅସମାହିତ ପ୍ରଶ୍ନ ଅଭିଭାବକମାନଙ୍କ ମନରେ ସୃଷ୍ଟି ହୋଇଛି। ଇରିଗେସନ କୋଲନୀର ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଯାଏ ପ୍ରାୟ ୧୨୦ରୁ ଊର୍ଦ୍ଧ୍ବ ପିଲା ପାଠ ପଢୁଥିବାବେଳେ ବାରିଣୀପୁଟ ବିଦ୍ୟାଳୟରେ ୧୫୦ରୁ ଊର୍ଦ୍ଧ୍ବ ପିଲା ପାଠ ପଢୁଛନ୍ତି। ଇରିଗେସନ କଲୋନୀର ପ୍ରଧାନଶିକ୍ଷକଙ୍କ କହିବା ପ୍ରକାରେ ୨୦୧୭ରେ ଗଣଶିକ୍ଷା ବିଭାଗ ତରଫରୁ ମଧ୍ୟାହ୍ନ ଭୋଜନ ନିମିତ୍ତ ରୋଷେଇଶାଳା ନିର୍ମାଣ କରାଗଲା। କିନ୍ତୁ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଦିଆଗଲା ନାହଁ। ୨୦୧୯ରେ ମଧ୍ୟାହ୍ନ ଭୋଜନରେ ଚାଉଳ ଯୋଗାଇବାକୁ ଜୟପୁର ବିଇଓ ଓ ଡିଇଓଙ୍କୁ ଚିଠି କରାଯାଇଛି। ତଥାପି ଆଜି ଯାଏ ଚାଉଳ ପାଇ ପାରୁ ନ ଥିବା ହେତୁ ଏ ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଏହା କହିଛନ୍ତି ଇରିଗେସନ କୋଲନୀର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ କିରଣ ତ୍ରିପାଠୀ । ବାରିଣୀପୁଟର ପ୍ରଧାନଶିକ୍ଷକ ପର୍ଶୁରାମ ସେଠୀଙ୍କ କହିବା ପ୍ରକାରେ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଶିକ୍ଷକ ନ ଥିବା ବେଳେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ତୁଲାଇବା କଷ୍ଟକର। ବର୍ତ୍ତମାନ ପାଞ୍ଚଜଣ ଶିକ୍ଷକ ଅଛନ୍ତି। ଆସନ୍ତା ଅଳ୍ପ ଦିନ ପରେ ସରକାର ୩ ଶିକ୍ଷକ ବିଦ୍ୟାଳୟରେ ନିଯୁକ୍ତି ଦେଲେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାର ବ୍ୟବସ୍ଥା କରାଯାଇପାରିବ। ଅନ୍ୟପକ୍ଷରେ୧୪ବର୍ଷ ବିତିଲାଣି ନିୟମକୁ ଅନୁନପାଳନ କରାଯାଉନି। ଦାର୍ଘବର୍ଷ ପରେ ବି ପ୍ରଶାସନ ନିକଟରେ ଏହି ଖବର କେମିତି ପହଞ୍ଚି ପାରୁନି ତାହାହିଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି। ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦୁଇଟି ପ୍ରକଳ୍ପ ବିଷୟରେ ପଚାରିବାରୁ ଜଣାପଡିଛି ଯେ , ଇରିଗେସନ କୋଲନୀର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଅତିଶୀଘ୍ର ଆରମ୍ଭ କରା ଯିବ। କିନ୍ତୁ ବାରିଣୀପୁଟ ବିଦ୍ୟାଳୟ ଅସହଯୋଗ କରିଥିବା ହେତୁ ସେଠାରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇ ପାରୁନି ବୋଲି ଏବିଇଓ ମୃତ୍ୟୁଞ୍ଜୟ ପଣ୍ଡା କହିଛନ୍ତି। ଏ ବିଷୟରେ ଜିଲା ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ କିଛି ଜାଣି ନଥିବା କହିଥିଲେ। ପଚାରି ବୁଝିବେ ବୋଲି ଜିଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories