www.samajalive.in
Sunday, December 14, 2025
17.1 C
Bhubaneswar

ହେଲମେଟ୍ ନଥିଲେ ପେଟ୍ରୋଲପମ୍ପରେ ମିଳିବନି ତେଲ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ସରକାର ସଡକ ସୁରକ୍ଷାକୁ ନେଇ ବଡ ପଦକ୍ଷେପ ଉଠାଇଛନ୍ତି । ୧ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ନୋ ହେଲମେଟ୍, ନୋ ଫ୍ୟୁଲ’ ଅଭିଯାନ ଚଲାଯାଉଛି । ଏହି ସମୟ ମଧ୍ୟରେ ବିନା ହେଲମେଟରେ ପେଟ୍ରୋଲପମ୍ପରେ ତେଲ ମିଳିବନି । ସରକାରଙ୍କ କହିବାନୁସାରେ ଏହା କୌଣସି ପ୍ରକାର ଦଣ୍ଡ ନୁହେଁ, ଏହା କେବଳ ଜନସାଧାରଣଙ୍କୁ ସଚେତନ କରିବାର ଏକ ଅଭିଯାନ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଡେପୁଟି ସିଏମ୍ ବୃଜେଶ ପାଠକ ସ୍ପଷ୍ଟ କରିଛନ୍ତି କି ସଡକ ଦୁର୍ଘଟଣା ହ୍ରାସ କରିବା ଏବଂ ହେଲମେଟ ପିନ୍ଧିବାକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ ।

ଏହି ଅଭିଯାନ ସମ୍ପୂର୍ଣ୍ଣ ୟୁପିରେ ଜିଲାପାଳଙ୍କ ଦେଖାରଖାରେ ଚାଲୁଛି । ପେଟ୍ରୋଲପମ୍ପରେ ଫୁଡ୍ ଏଣ୍ଡ୍ ସିଭିଲ୍ ସପ୍ଲାଇ ଡିପାର୍ଟମେଣ୍ଟ ଏହା ଉପରେ ନଜର ରଖିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କି କାହାକୁ ଦଣ୍ଡ ଦେବା ଏହି ଅଭିଯାନର ଉଦ୍ଦେଶ୍ୟ ନୁହେଁ, ବରଂ ଲୋକଙ୍କୁ ଗାଡି ଚାଳନା ପ୍ରତି ସଚେତନ କରିବା ଏହାର ଉଦ୍ଦେଶ୍ୟ । ସେହିପରି ଉପମୁଖ୍ୟମନ୍ତ୍ରୀ ବୃଜେଶ ପାଠକ ଲୋକଙ୍କୁ ଦ୍ରୁତ ଗତିରେ ଗାଡି ଚାଳନାରୁ ବିରତ ରହିବାକୁ ପରାମର୍ଶ ଦେବା ସହ ଟ୍ରାଫିକ୍ ନିୟମ ମାନିବାକୁ ଅପିଲ୍ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories