www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶାକୁ ନାହିଁ ବାର୍ଡଫ୍ଲୁ ଭୟ: ଯାଞ୍ଚ ପାଇଁ ନିୟମିତ ପଠାଯାଉଛି ନମୁନା

ଭୁବନେଶ୍ବର : ଭାରତ ସମେତ ବିଶ୍ୱର କିଛି ଦେଶରେ ଏବେ ବାର୍ଡ-ଫ୍ଲୁ ମୁଣ୍ଡ ଟେକିଛି। ଗତ ଏପ୍ରିଲରେ କେରଳ, ନାଗପୁର ଓ ଝାଡଖଣ୍ଡରେ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସନ୍ଦେହ କରାଯାଇଥିଲା। ଓଡ଼ିଶାରେ ଯେପରି ଏହା ସଂକ୍ରମଣ ନହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବିଶେଷ କରି ବାହାରୁ ଆସୁଥିବା ପକ୍ଷୀଙ୍କ ସ୍ଥାନ ଚିଲିକା ଏବଂ ଭିତରକନିକା ଆଦି ସ୍ଥାନକୁ ଏବେ ନଜରରେ ରଖାଯାଇଛି। ଏବେ ଭାରତରେ ଦ୍ବିତୀୟ ବାର୍ଡ ଫ୍ଲୁ ସଂକ୍ରମଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିପାଇଁ ସତର୍କ ରହିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି। ତେବେ ଓଡ଼ିଶାକୁ ବାର୍ଡ ଫ୍ଲୁର କୌଣସି ଭୟ ନାହିଁ ଏବଂ ଚଳିତ ବର୍ଷ ସେଭଳି କିଛି ବିବରଣୀ ନାହିଁ ବୋଲି ଜଣାପଡ଼ିଛି। ଶେଷ ଥର ପାଇଁ ଓଡିଶାରେ ୨୦୧୯ରେ ବାର୍ଡ ଫ୍ଲୁ ଦେଖାଦେଇଥିଲା। ଅନ୍ୟପକ୍ଷରେ ରାଜ୍ୟରେ ଥିବା‌ ବଡ ବଡ ଫାର୍ମଗୁଡିକୁ ଏବେ ସଚେତନ କରାଯାଉଛି ଏବଂ ପ୍ରତିଷେଧକ ବ୍ୟବସ୍ଥା ବାବଦରେ ସର୍ବେକ୍ଷଣ କରାଯାଉଛି। ସେହିପରି ବାହାର ପକ୍ଷୀଙ୍କ ମଳ ସଂଗ୍ରହ କରାଯାଇ ଅନେକ ସମୟରେ ପରୀକ୍ଷା ନିମନ୍ତେ ପଠାଯାଉଛି। ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଲକ୍ଷଣ ଦେଖାଦେଇନଥିବା ଜଣାପଡ଼ିଛି। ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଡା. ରବି ପଟ୍ଟନାୟକ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ବାର୍ଡ ଫ୍ଲୁ ନେଇ କୌଣସି ଭୟ ନାହିଁ। ବାର୍ଡ ଫ୍ଲୁ ଭୂତାଣୁ ରୂପ ବଦଳାଇଲେ ଏହା ବିପଦ ସାଜିପାରେ। ପ୍ରାଣୀ ଚିକିତ୍ସକ ଡା. ସିମ୍ଫୋନୀ ମହାନ୍ତି କହିଛନ୍ତି ଗତ ତିନିମାସ ହେଲା ନିୟମିତଭାବେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories