www.samajalive.in
Monday, December 15, 2025
26.1 C
Bhubaneswar

ଶୁକ୍ରବାର ସାମ୍ନାସାମ୍ନି ହେବେ ମୋଦୀ-ଟ୍ରୁଡୋ

ସମାଜ ଡିଜିଟାଲ ଡେସ୍କ: ଜୁନ ୧୪ରୁ ଆରମ୍ଭ ହେବ ଜି-୭ ଶିଖର ସମ୍ମିଳନୀ। ଏଥିରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିଲାଗି ଗୁରୁବାର ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତ କରିବେ। ତେବେ ଏହି ସମ୍ମିଳନୀରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ମୋଦୀ ଏବଂ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ନିଜ୍ଜାର ହତ୍ୟା ଘଟଣା ପରଠାରୁ ଭାରତ ଏବଂ କାନାଡ଼ା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବାବେଳେ ପ୍ରଥମ ଥର ଲାଗି ଉଭୟ ଦେଶର ନେତା ଏଠାରେ ସାମ୍ନାସାମ୍ନି ହେବେ।

ଜି-୭ ଶିଖର ସମ୍ମିଳନୀରେ ଭାରତ ଏବଂ କାନାଡ଼ା ମଧ୍ୟରେ ଆଲୋଚନା ହୋଇପାରେ। ବିଶେଷ କରି ଭାରତ ବିରୋଧୀ ଶକ୍ତି, ଯେଉଁମାନେ ଭାରତରେ ହିଂସା ଏବଂ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରୁଛନ୍ତି, ସେମାନଙ୍କୁ କାନାଡ଼ାରେ ରାଜନୈତିକ ପୃଷ୍ଠପୋଷକତା ମିଳୁଥିବାରୁ ଏହାକୁ ନେଇ ଭାରତ ଆପତ୍ତି ଉଠାଇପାରେ।

- Advertisement -

ଏହା ସହିତ ପ୍ରଧାନମନ୍ତ୍ରୀ ଗ୍ଲୋବାଲ ସାଉଥ ପ୍ରସଙ୍ଗରେ ସମ୍ମିଳନୀରେ ଉଦବୋଧନ ଦେଇପାରନ୍ତି। ତା’ ସାଙ୍ଗକୁ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଗାଜାରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତିକୁ ପ୍ରଶମିତ କରିବା ଲାଗି ଦ୍ୱିପାକ୍ଷିକ ଏବଂ କୁଟନୈତିକ ସ୍ତରରେ ଆଲୋଚନାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିପାରନ୍ତି। ମୋଦୀ ଶୁକ୍ରବାର ଜି-୭ ଆଉଟରିଚ୍‌‌ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଏବଂ ଏଥିରେ ଅଂଶଗ୍ରହଣ କରିବାକୁ ଆସିଥିବା ଅନ୍ୟ ଦେଶର ନେତାମାନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ଧାନ ବିକ୍ରିକୁ ନେଇ ଅନିଶ୍ଚିତତାରେ ଚାଷୀ, ବିଶ୍ରାମ ଗୃହରେ ଭରିଲେ ଧାନ

ରେଙ୍ଗାଲିକ୍ୟାମ୍ପ: ଧାନ କିଣାକୁ ନେଇ ରାଜ୍ୟର ବିଭିନ୍ନ ଜାଗାରେ ଚାଷୀ କୂଳ...

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

Related Articles

Popular Categories