www.samajalive.in
Tuesday, December 9, 2025
15.1 C
Bhubaneswar

କରୋନାକୁ ’ନୋ ଏଣ୍ଟ୍ରି’: ଏହି ଦେଶରେ ୧୦୦ ଦିନରେ ହୋଇନାହିଁ ଗୋଟିଏ ବି ସଂକ୍ରମଣ

ୱେଲିଂଟନ: ଯେତେବେଳେ ସାରା ବିିଶ୍ଵ କରୋନା ଭୂତାଣୁ ପରି ବୈଶ୍ଵିକ ମହାମାରୀ ସହ ଲଢ଼ୁଛି ଓ ଅର୍ଥବ୍ୟବସ୍ଥା ରସାତଳଗାମୀ ହୋଇଛି ସେହି ଦେଶଗୁଡ଼ିକ ଲାଗି ନ୍ୟୁଜିଲାଣ୍ଡ ଏକ ଉଦାହରଣ । ଏହି ଦେଶରେ ଗତ ୧୦୦ ଦିନ ମଧ୍ୟରେ ଗୋଟିଏ ବି କରୋନା ସଂକ୍ରମଣ ମାମଲା ନଜରକୁ ଆସିନାହିଁ । ନ୍ୟୁଜିଲାଣ୍ଡରେ ମାର୍ଚ ମାସ ଶେଷ ବେଳକୁ ଅତ୍ୟନ୍ତ କଠୋର ଭାବରେ ଲକ୍ଡ଼ାଉନ ଜାରି କରାଯାଇଥିଲା ଓ ଏହା କରୋନା ସଂକ୍ରମଣ ରୋକିବାରେ ସଫଳ ହୋଇ ପାରିଛି । ଦେଶରେ ଲକଡ଼ାଉନ ଲାଗୁ ହେବା ବେଳକୁ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୦ ମଧ୍ୟରେ ଥିଲା । ଏହାପରେ ନ୍ୟୁଜିଲାଣ୍ଡ ଲକ୍ଡ଼ାଉନ ଜାରି କରିଥିଲା। ଏହା ମଧ୍ୟ କରୋନା ନିୟନ୍ତ୍ରଣରେ ସଫଳ ସାବ୍ୟସ୍ତ ହୋଇଛି । ଗତ ୧୦୦ ଦିନ ମଧ୍ୟରେ ବିଦେଶରୁ ଫେରିଥିବା କିଛି ବ୍ୟକ୍ତିଙ୍କ ବ୍ୟତୀତ ଘରୋଇସ୍ତରରେ ଗୋଟିଏ ବି ସଂକ୍ରମଣ ନଜରକୁଅ ଆସିନାହିଁ । ଯେଉଁମାନେ ବିଦେଶରୁ ଆସିଥିଲେ, ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖା ଯାଇଥିଲା ଓ ସେଠାରେ ଚିକିତ୍ସା କରାଯାଇଥିଲା ।

ୟୁନିଭରସିଟି ଅଫ୍ ଓଟାଗୋର ମହାମାରୀ ବିଶେଷଜ୍ଞ ପ୍ରଫେସର ମାଇକେଲ ବେକରଙ୍କ ସୂଚନା ଅନୁସାରେ ବିଜ୍ଞାନ ଓ ସଫଳ ରାଜନୈତିକ ନେତୃତ୍ଵ ଯୋଗୁଁ ଏଡା ସମ୍ଭବ ହୋଇ ପାରିଛି । ଯେଉଁ ଦେଶରେ ସଂକ୍ରମଣ ନିୟନ୍ତ୍ରଣ ହୋଇଛି ସେହି ଦେଶରେ ସଫଳ ରାଜନୈତିକ ନେତୃତ୍ଵ ଓ ବିଜ୍ଞାନର ମିଶ୍ରିତ ପ୍ରୟୋଗ ଦ୍ବାରା ହିଁ ତାହା କରାଯାଇ ପାରିଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତୟୀ ଜେସିର୍ଡା ଅର୍ଡ଼ନଙ୍କ ନେତୃତ୍ଵକୁ ଏବେ ସାରା ଦେଶ ପ୍ରଶଂସା କରୁଛି । ସେ ପ୍ରତିଦିନ ଲୋକଙ୍କୁ ଦେଶର କରୋନା ସ୍ଥିତି ଓ ଲକ୍ଡ଼ାଉନର କଠୋର ଅନୁପାଳନ ସମ୍ପର୍କରେ ସୂଚନା ଦେବା ସହ ମୁକାବିଲା ନିମନ୍ତେ ପରାମର୍ଶ ଦେଇ ଆସୁଛନ୍ତି । ବର୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୦୦ ମଧ୍ୟରେ ରହିଛି ଓ ୨୨ ଜଣଙ୍କର ମୃତ୍ୟୁ ଘଟିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories