www.samajalive.in
Saturday, December 6, 2025
14.1 C
Bhubaneswar

ତରଡିଙ୍ଗ ସରପଞ୍ଚଙ୍କ ବିରୋଧରେ ୱାର୍ଡ ସଭ୍ୟଙ୍କ ଅନାସ୍ଥା ପ୍ରସ୍ତାବ

ଆଠଗଡ: କଟକ ଜିଲା ଆଠଗଡ ବ୍ଲକ ଅନ୍ତର୍ଗତ ତରଡିଙ୍ଗ ପଞ୍ଚାୟତର ସରପଞ୍ଚ ସିଦ୍ଧାନ୍ତ ଦଳେଇଙ୍କ କାର୍ଯ୍ୟକଳାପ ଓ ବେନିୟମ କାର୍ଯ୍ୟକୁ ନେଇ ସଂଖ୍ୟାଧିକ ୱାର୍ଡସଭ୍ୟ ଅସନ୍ତୁଷ୍ଟ ହୋଇ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାପଡିଛି। ମଙ୍ଗଳବାର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରାଙ୍କୁ ଭେଟି ତରଡିଙ୍ଗର ବହୁ ୱାର୍ଡସଭ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସରପଞ୍ଚ ଗତ ୨ ବର୍ଷ ହେବ କ୍ଷମତାକୁ ଆସିବା ଦିନଠାରୁ ୱାର୍ଡ ସଭ୍ୟଙ୍କୁ ଉପେକ୍ଷା କରି ନିଜ ମନ ଇଚ୍ଛା କାର୍ଯ୍ୟ କରି ଆସୁଛନ୍ତି। ଓ୍ବାର୍ଡ ମେମ୍ବରମାନଙ୍କ ସହିତ ଆଲୋଚନା ନକରି ଏବଂ ନିୟମାନୁଯାଇ ପଞ୍ଚାୟତରେ ସଭାସମିତି ନକରି ନିଜ ଇଚ୍ଛା ମୁତାବକ ସବୁ କାମ କରୁଛନ୍ତି ବୋଲି ୱାର୍ଡ ସଭ୍ୟମାନେ ଅଭିଯୋଗ କରିଛନ୍ତି।

ୱାର୍ଡ ସଭ୍ୟମାନଙ୍କର ବେତନ କରାଇ ଦେବାକୁ କହି ବିବରଣୀ ଖାତାରେ ଦସ୍ତଖତ କରାଇ ସରପଞ୍ଚ ମନମୁଖୀ ଭାବେ ଉନ୍ନୟନ କାର୍ଯ୍ୟ ପାଇଁ ୱାର୍କ ଅର୍ଡର ପ୍ରଦାନ କରି ପଞ୍ଚାୟତର ସମସ୍ତ ଅର୍ଥ ଆତ୍ମସାତ କରୁଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଏ ବିଷୟରେ ୱାର୍ଡ ସଭ୍ୟମାନେ ଗତ ଫେବୃୟାରୀ ମାସ ଆଠ ତାରିଖରେ ରେଜିଷ୍ଟ୍ର୍ରି ଡାକ ଯୋଗେ ଉପଜିଲ୍ଲାପାଳ ଓ କଟକ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ପ୍ରକାଶ ଥାଉକି ତରଡିଙ୍ଗ ପଞ୍ଚାୟତରେ ମୋଟ ୧୮ ଟି ୱାର୍ଡ ରହିଥିବା ବେଳେ ସେଥିମଧ୍ୟର ୧୪ଟି ୱାର୍ଡର ସଭ୍ୟ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories