www.samajalive.in
Saturday, December 6, 2025
26.1 C
Bhubaneswar

ଧାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ମାନ୍ୟତା ଦାବି

ଧାମରା: ଧାମରାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)କୁ ୨୪ ଘଣ୍ଟା ଖୋଲା ରଖିବା ସହିତ ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ର ମାନ୍ୟତା ଦେବାକୁ ଦାବି ହୋଇଛି। ମା’ ଧାମରାଇ ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ତ୍ରିଦିବେଶ ପ୍ରଧାନ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କୁ ଭେଟି ଏ ନେଇ ଦାବି କରିଛନ୍ତି । ତ୍ରିଦିବେଶ ପ୍ରଧାନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି କହିଛନ୍ତି, ଧାମରାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ର ପୁନରୁଦ୍ଧାର କରିବା ଜରୁରୀ। ଧାମରାର ୮ ପଞ୍ଚାୟତର ୫୦ ହଜାର ବାସିନ୍ଦାଙ୍କ ସମେତ ଧାମରା ବନ୍ଦରର କର୍ମଚାରୀ ଏହା ଉପରେ ନିର୍ଭର କରି ଚଳିଆସୁଛନ୍ତି । କୌଣସି ଜରୁରିକାଳୀନ ପରିସ୍ଥିତିରେ ଏହି ଅଞ୍ଚଳର ରୋଗୀ ଦୀର୍ଘ ୫୦ କି.ମି. ଦୂର ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି। ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ନ ପାରି ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। ଅଞ୍ଚଳବାସୀଙ୍କ ଦାବିକୁ ଗୁରୁତ୍ଵ ଦେବାକୁ ସେ ଅନୁରୋଧ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଖୁବଶୀଘ୍ର ଏହି ବିଷୟ ପ୍ରତି ଧ୍ୟାନ ଦିଆଯିବ ବୋଲି କହିବା ସହିତ ଆୟୁଷ୍ମାନ ଆରୋଗ୍ୟ ଶିବିର ପ୍ରତିମାସରେ ଅନୁଷ୍ଠିତ କରିବାକୁ ସେ ଚେଷ୍ଟା କରିବେ ବୋଲି କହିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories