www.samajalive.in
Monday, December 15, 2025
16.1 C
Bhubaneswar

ଧାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ମାନ୍ୟତା ଦାବି

ଧାମରା: ଧାମରାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)କୁ ୨୪ ଘଣ୍ଟା ଖୋଲା ରଖିବା ସହିତ ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ର ମାନ୍ୟତା ଦେବାକୁ ଦାବି ହୋଇଛି। ମା’ ଧାମରାଇ ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ତ୍ରିଦିବେଶ ପ୍ରଧାନ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କୁ ଭେଟି ଏ ନେଇ ଦାବି କରିଛନ୍ତି । ତ୍ରିଦିବେଶ ପ୍ରଧାନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି କହିଛନ୍ତି, ଧାମରାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ର ପୁନରୁଦ୍ଧାର କରିବା ଜରୁରୀ। ଧାମରାର ୮ ପଞ୍ଚାୟତର ୫୦ ହଜାର ବାସିନ୍ଦାଙ୍କ ସମେତ ଧାମରା ବନ୍ଦରର କର୍ମଚାରୀ ଏହା ଉପରେ ନିର୍ଭର କରି ଚଳିଆସୁଛନ୍ତି । କୌଣସି ଜରୁରିକାଳୀନ ପରିସ୍ଥିତିରେ ଏହି ଅଞ୍ଚଳର ରୋଗୀ ଦୀର୍ଘ ୫୦ କି.ମି. ଦୂର ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି। ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ନ ପାରି ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। ଅଞ୍ଚଳବାସୀଙ୍କ ଦାବିକୁ ଗୁରୁତ୍ଵ ଦେବାକୁ ସେ ଅନୁରୋଧ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଖୁବଶୀଘ୍ର ଏହି ବିଷୟ ପ୍ରତି ଧ୍ୟାନ ଦିଆଯିବ ବୋଲି କହିବା ସହିତ ଆୟୁଷ୍ମାନ ଆରୋଗ୍ୟ ଶିବିର ପ୍ରତିମାସରେ ଅନୁଷ୍ଠିତ କରିବାକୁ ସେ ଚେଷ୍ଟା କରିବେ ବୋଲି କହିଥିଲେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories