www.samajalive.in
Wednesday, December 10, 2025
23.1 C
Bhubaneswar

ଅଗ୍ନିଶମ ଉପଲବ୍ଧ ନାହିଁ, ଆମ୍ବୁଲାନ୍ସ ଆସୁଛି, ଆହତକୁ ନିଜେ ଆଣିଲେ ବି.ଡି.ଓ

ଜି.ଉଦୟଗିରି : ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବଡଦିନ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଥିବା ବେଳେ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ନିଲୁଙ୍ଗିଆ ଚର୍ଚ୍ଚ ପାଖରେ ଏକ ଦୁର୍ଘଟଣାରେ ଆହତ ୨ ଜଣଙ୍କୁ ଆଣି ଡକ୍ତରଖାନା ପଠାଇଛନ୍ତି।

ରଟିଙ୍ଗିଆ ପଞ୍ଚାୟତ ସ୍ଥିତ ଧାଙ୍ଗଡାମାହା ଗ୍ରାମର ଚିତ୍ତରଞ୍ଜନ ପ୍ରଧାନ(୨୫) ଅସିତ ପ୍ରଧାନ (୧୮) ଯାକାମାହା ସ୍ଥିତ ନିଜ ନାନୀ ଘରୁ ଫେରୁଥିବା ବେଳେ ନିଲୁଙ୍ଗିଆ ଚର୍ଚ୍ଚ ଠାରେ ବାଇକ ଦୁର୍ଘଟଣା ଘଟିବାରୁ ଅସିତ ପ୍ରଧାନ ଗୁରୁତର ହେବାବେଳ ଚିତ୍ତରଞ୍ଜନ ପ୍ରଧାନ ସାମାନ୍ୟ ଆହତ ହୋଇ ଥିବା ଜଣାପଡିଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଧାନ ପ୍ରଥମେ ଅଗ୍ନିଶମ ବିଭାଗକୁ ଫୋନ କରିବାରୁ ଉପଲବ୍ଧ ନାହିଁ କହିବା ବେଳେ, ଆମ୍ବୁଲାନ୍ସ ଆସୁଛି ବୋଲି କହିଥିଲା।

- Advertisement -

ତେଣୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜ ଗାଡିରେ ଦୁଇଜଣ ଆହତଙ୍କୁ ଆଣିଥିଲେ। ଗୁରୁତର ଅସିତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରା ଯାଇଥିଲା। କାରଣ ଆଜି ବିଏସଏନଏଲ କାମ କରୁନଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜ ଗାଡି ପଠାଇ ଗୁରୁତରଙ୍କ ପରିବାରକୁ ଖବର ଦେବା ସହ ତାଙ୍କ ଆତ୍ମୀୟଙ୍କୁ ଆଣି ବ୍ରହ୍ମପୁର ସ୍ଥାନାନ୍ତର କରିଥିବା ଜଣାପଡ଼ଛି।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories