www.samajalive.in
Tuesday, December 9, 2025
26.1 C
Bhubaneswar

ଅତାବିରାର ୨ଟି କେନ୍ଦ୍ରରେ ସମ୍ପନ୍ନ ହେଲା ଏନ୍ଏମ୍ଏମ୍ଏସ ପରୀକ୍ଷା, ୨୬୪ ଜଣ ଦେଲେ ପରୀକ୍ଷା

ରେଙ୍ଗାଲି କ୍ୟାମ୍ପ : ଭୁବନେଶ୍ୱର ଏସସିଇଆର୍‌ଟିଙ୍କ ନିର୍ଦ୍ଦେଶ କ୍ରମେ ଆଜି ୨୦୨୦/୨୧ ଶିକ୍ଷାବର୍ଷ ପାଇଁ ଏନ୍ଏମ୍ଏମ୍ଏସ ପରୀକ୍ଷା ଶେଷ ହୋଇଛି। ବରଗଡ଼ ଜିଲ୍ଲା ଅତାବିରାରେ ଏହି ପରୀକ୍ଷା ଦୁଇଟି କେନ୍ଦ୍ରରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ତ୍ଵାବଧାନରେ ହୋଇଯାଇଛି। ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଭେଡେନ ବ୍ଲକର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିବା ବେଳେ ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଅତାବିରା ବ୍ଲକର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି। ମାଧ୍ୟମିକ ବିଦ୍ୟାଳୟରୁ ୬୦% କିମ୍ବା ଉର୍ଦ୍ଧ୍ବ ନମ୍ୱର୍ ରଖି ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇ ପାରୁଥିବା ବେଳେ ଦୁଇଟି ବ୍ଲକର ମୋଟ ୨୬୪ ଜଣ ପରୀକ୍ଷାର୍ଥୀ ଏଥିରେ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇ ଆଜି ପରୀକ୍ଷା ଦେଇଛନ୍ତି। ଏହା ଦୁଇଟି ପର୍ଯ୍ୟାୟରେ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସକାଳ ୧୧ଘଣ୍ଟା ରୁ ଅପରାହ୍ନ ୧୨ଟା ୩୦ଯାଏଁ ମାନସିକ ଦକ୍ଷତା ଓ ଦ୍ଵିତୀୟ ପର୍ଯ୍ୟାୟରେ ଅପରାହ୍ନ ୨ଟା ରୁ ୩ଟା ୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଦକ୍ଷତା ପରୀକ୍ଷା ହୋଇଥିଲା। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ସୁରେନ୍ଦ୍ର ବେହେରା ପରୀକ୍ଷାକୁ ପରିଚାଳନା କରିଥିବା ବେଳେ ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଡ. ନିଏଲ୍ ନନ୍ଦ ପରୀକ୍ଷା ପରିଚାଳନକ୍ଷ କରିଥିଲେ। ଉଭୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ପରୀକ୍ଷାରେ ସହଯୋଗ କରିଥିଲେ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories