www.samajalive.in
Saturday, December 6, 2025
14.1 C
Bhubaneswar

ବେଦାନ୍ତ ନ ହଟିବା ଯାଏଁ ନିୟମଗିରି ପାଇଁ ଲଢେଇ ଜାରି ରହିବ

ଭୁବନେଶ୍ୱର: ନିୟମଗିରି ସୁରକ୍ଷା ସମିତି ଆବାହକ ଲିଙ୍ଗରାଜ ଆଜାଦଙ୍କୁ କିଛି ଦିନ ତଳେ କୋର୍ଟରୁ ଜାମିନ ମିଳିବା ପରେ ପୁଣି ଥରେ ଡଙ୍ଗରିଆ କନ୍ଧ ସମାଜ ନିୟମଗିରି ସୁରକ୍ଷା ପାଇଁ ବେଦାନ୍ତ ଆଲୁମିନା ରିଫାଇନରି ହଟାଇବା ଦାବି ପ୍ରସଙ୍ଗ ଜୋର କରିଛନ୍ତି। ଲିଙ୍ଗରାଜ କହିଛନ୍ତି,’ଯେ ପର୍ଯ୍ୟନ୍ତ ସେଠାରୁ ବେଦାନ୍ତ ଆଲୁମିନା ରିଫାଇନରି ନ ହଟିଛି, ସେ ପର୍ଯ୍ୟନ୍ତ ନିୟମଗିରି ସୁରକ୍ଷା ପାଇଁ ଲଢେଇ ଜାରି ରହିବ’। ନିୟମଗିରି ଅଞ୍ଚଳ ଅନ୍ତର୍ଗତ ତ୍ରିଲୋଚନପୁର ଗାଁରେ ସିଆରପିଏଫ ଛାଉଣୀ ଓ ନିୟମଗିରି ସୁରକ୍ଷା ସମିତି ଆବାହକ ଲିଙ୍ଗରାଜ ଆଜାଦଙ୍କ ଗିରଫଦାରୀକୁ ଦୃଷ୍ଟିରେ ରଖି ଏକଥା ମଧ୍ୟ ବିଚାର କରାଯାଉଛି ଯେ ନିୟମଗିରିରୁ ଏ ଯାଏଁ ବେଦାନ୍ତ ଯାଇନାହିଁ ଏବଂ କୋର୍ଟଙ୍କ ନିଷ୍ପତ୍ତି ବଦଳି ଯାଇପାରେ।

ଯଦିଓ ବ୍ରିଟିଶ ମାଇନିଂ କମ୍ପାନୀ ବେଦାନ୍ତ ନିୟମଗିରିରୁ ବକ୍ସାଇଟ ଉତ୍ତୋଳନ ପାଇଁ କିଛି ବର୍ଷ ପୂର୍ବରୁ ଡଙ୍ଗରିଆ କନ୍ଧ ଆଦିବାସୀଙ୍କ ସହ ଆଇନଗତ ଲଢେଇରେ ପରାସ୍ତ ହୋଇଥିଲା କିନ୍ତୁ ବେଦାନ୍ତ ସମ୍ପୂର୍ଣ ନ ହଟିବା ଯାଏଁ ଆଦିବାସୀଙ୍କ ମନରୁ ଭୟ ଦୂର ହେବା ସମ୍ଭବ ନୁହେଁ। ପୁଣି ନିୟମଗିରି ପ୍ରସଙ୍ଗ ଉଠିବା ପଛରେ ଲିଙ୍ଗରାଜ ଆଜାଦଙ୍କ ଗିରଫଦାରୀକୁ ମଧ୍ୟ ପ୍ରମୁଖ କାରଣ ଭାବେ ଗ୍ରହଣ କରାଯାଉଛି। ନିୟମଗିରି ପାଦଦେଶ ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଆଲୁମିନା ରିଫାଇନରି ସାମ୍ନାରେ ୨୦୧୭ରେ ଓ ତ୍ରିଲୋଚନପୁର ଗାଁରେ ଥିବା ସିଆରପିଏଫ ଛାଉଣୀ ଆଗରେ ୨୦୧୯ ଫେବୃଆରୀରେ ବିକ୍ଷୋଭ ପ୍ରଦର୍ଶନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ଯେଉଁଥି ପାଇଁ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷାତ କରି ଏହି ମାମଲାରେ ହସ୍ତକ୍ଷେପ ପାଇଁ ଦାବି କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories