www.samajalive.in
Saturday, December 6, 2025
15.1 C
Bhubaneswar

କେନ୍ଦ୍ରୀୟ ବଳ ପୋଷାକରେ ପଶ୍ଚିମବଙ୍ଗରେ ବୁଲୁୁଛନ୍ତି ବିଜେପି ଓ ଆରଏସଏସ୍‍ କର୍ମୀ : ମମତା ବାନାର୍ଜୀ

କଲକତା : ପଶ୍ଚିମବଙ୍ଗରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି କେନ୍ଦ୍ରୀୟ ବଳର ଉପଯୋଗ କରୁଥିବା ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। କେନ୍ଦ୍ରୀୟ ବଳଙ୍କ ପୋଷାକ ପିନ୍ଧି ବିଜେପି ଓ ଆରଏସଏସ କାର୍ଯ୍ୟକର୍ତ୍ତା ପଶ୍ଚିମବଙ୍ଗରେ ପ୍ରବେଶ କରୁଥିବା ତୃଣମୂଳ କଂଗ୍ରେସ କହିଛି। ପଶ୍ଚିମବଙ୍ଗର ଦକ୍ଷିଣ ପରଗନା ଜିଲା ଏକ ନିର୍ବାଚନ ସଭାରେ ମମତା ଏହି ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି, ଘାଟଲ ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ଭାରତୀ ଘୋଷଙ୍କ ସୁରକ୍ଷାକର୍ମୀଙ୍କ ଗୁଳିଚାଳନାରେ ତୃଣମୂଳ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି। ଏହାବ୍ୟତୀତ କେନ୍ଦ୍ରୀୟ ବଳ ଯବାନ ଏକ ଅଳ୍ପସଂଖ୍ୟକ ଅଞ୍ଚଳ ବୁଥରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଆହତ କରିଥିବା ଅଭିଯୋଗ କରିଛନ୍ତି। ରବିବାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗର ୮ଟି ଆସନ ପାଇଁ ମତଦାନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories