www.samajalive.in
Saturday, December 6, 2025
16.1 C
Bhubaneswar

କଂଗ୍ରେସ ୪୦ ଆସନ ଜିତିଲେ ମୋଦୀ ଫାଶୀ ଦେବେ କି ବୋଲି ପ୍ରଶ୍ନ କଲେ ଖଡଗେ

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ରବିବାର ଏକ ନିର୍ବାଚନୀ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।
କର୍ଣ୍ଣାଟକର କାଲାବୁରାଗି ନିର୍ବାଚନୀ ର‍୍ୟାଲିରେ ଖଡଗେ କହିଛନ୍ତି ଯେ ମୋଦୀ ଯେଉଁଠିକି ଯାଉଛନ୍ତି ସେଠି କଂଗ୍ରେସକୁ ୪୦ ଆସନ ମିଳିବ ନାହିଁ ବୋଲି କହୁଛନ୍ତି। ଆପଣମାନେ କ’ଣ ଏହାକୁ ବିଶ୍ୱାସ କରୁଛନ୍ତି ? ଯଦି କଂଗ୍ରେସ ୪୦ରୁ ଅଧିକ ଆସନ ଜିତିବ ତେବେ ମୋଦୀ କ’ଣ ଦିଲ୍ଲୀର ବିଜୟ ଚୌକରେ ଫାଶୀ ଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ନିର୍ବାଚନରେ ନେତାମାନେ ବିବାଦୀୟ ଓ ପରସ୍ପରକୁ ଆକ୍ଷେପ କରି ମନ୍ତବ୍ୟମାନ ଦେଉଛନ୍ତି। ଏହା ପୂର୍ବରୁ କଂଗ୍ରେସ ନେତା ନବେଜୋତ ସିଂହ ସିଦ୍ଧୁ ମୋଦୀଙ୍କୁ କଳା ଇଂରେଜ ବୋଲି କହିଥିଲେ। ସେହିପରି ମହାରାଷ୍ଟ୍ର କଂଗ୍ରେସ ନେତା ସଂଜୟ ନୁରୁପମ ମୋଦୀଙ୍କୁ ଆଧୁନିକ ଔରଙ୍ଗଜେବ ବୋଲି କହିଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories