www.samajalive.in
Monday, December 15, 2025
17.1 C
Bhubaneswar

ନୀତିଶଙ୍କ ଇସ୍ତଫା ; ୨୦ରେ ଶପଥ ନେବ ନୂଆ ସରକାର !

ନୀତିଶଙ୍କ ଇସ୍ତଫା ; ୨୦ରେ ଶପଥ ନେବ ନୂଆ ସରକାର !

ସମାଜ ଲାଇଭ ଡ଼େସ୍କ : ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ ଓ ଶପଥ ପାଠକୁ ନେଇ ଉଠିଥିବା ଦ୍ଵନ୍ଦକୁ ସାମାନ୍ୟ ହାଲୁକା କରିଛନ୍ତି ବିହାର ବିଜେପି ସଭାପତି । ଆଗାମୀ ୨୦ରେ ନୂଆ ସରକାର ଶପଥ ନେବା ସମ୍ଭାବନା ଥିବା ଉତ୍ତର ରଖିଛନ୍ତି ବିଜେପି ନେତା ।

- Advertisement -

ବିହାର ନିର୍ବାଚନ ପରେ ଆଗାମୀ ସରକାରଙ୍କ ଶପଥ ପଥ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜ୍ୟ ବିଜେପି ସଭାପତି ଦିଲୀପ ଜୟସୱାଲ । ସେ କହିଛନ୍ତି , ସମ୍ଭବତଃ, ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ନଭେମ୍ବର ୨୦ କିମ୍ବା୨୧  ରେ ଅନୁଷ୍ଠିତ ହେବ । ବିଜେପି ନେତା ପ୍ରେମ କୁମାର ମଧ୍ୟ କହିଛନ୍ତି ଯେ , ନବଗଠିତ ସରକାରଙ୍କ ଶପଥ ଗ୍ରହଣ ସମାରୋହ ୨୦ ନଭେମ୍ବରରେ ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେବ । ୧୯ ତାରିଖରେ ବର୍ତ୍ତମାନର ସରକାର ଭାଙ୍ଗିଯିବ ।  ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଲକ୍ଷ ଲକ୍ଷ ଲୋକ ଐତିହାସିକ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ । ଆଜି ନୀତିଶ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ୧୦ମିନିଟ ଧରି ଏହି ବୈଠକ ଚାଲିଥିଲା ବେଳେ ନୀତିଶ ଏହାର ଅଧ୍ୟକ୍ଷତା କରିଥିଲେ । ବୈଠକରେ ସରକାର ଭାଙ୍ଗିବାକୁ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ବୈଠକ ପରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଭେଟିଥିଲେ ନୀତିଶ । ନିଜ ଇସ୍ତଫା ପତ୍ର ଦେବା ସହ ଆଗାମୀ  ୧୯ ତାରିଖରେ ସରକାର ଭାଙ୍ଗିବେ ବୋଲି ବିଜେପି ନେତା ସୂଚନା ଦେଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories