www.samajalive.in
Wednesday, December 10, 2025
23.1 C
Bhubaneswar

ନୀତିଶଙ୍କ ଇସ୍ତଫା ; ୨୦ରେ ଶପଥ ନେବ ନୂଆ ସରକାର !

ନୀତିଶଙ୍କ ଇସ୍ତଫା ; ୨୦ରେ ଶପଥ ନେବ ନୂଆ ସରକାର !

ସମାଜ ଲାଇଭ ଡ଼େସ୍କ : ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ ଓ ଶପଥ ପାଠକୁ ନେଇ ଉଠିଥିବା ଦ୍ଵନ୍ଦକୁ ସାମାନ୍ୟ ହାଲୁକା କରିଛନ୍ତି ବିହାର ବିଜେପି ସଭାପତି । ଆଗାମୀ ୨୦ରେ ନୂଆ ସରକାର ଶପଥ ନେବା ସମ୍ଭାବନା ଥିବା ଉତ୍ତର ରଖିଛନ୍ତି ବିଜେପି ନେତା ।

- Advertisement -

ବିହାର ନିର୍ବାଚନ ପରେ ଆଗାମୀ ସରକାରଙ୍କ ଶପଥ ପଥ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜ୍ୟ ବିଜେପି ସଭାପତି ଦିଲୀପ ଜୟସୱାଲ । ସେ କହିଛନ୍ତି , ସମ୍ଭବତଃ, ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ନଭେମ୍ବର ୨୦ କିମ୍ବା୨୧  ରେ ଅନୁଷ୍ଠିତ ହେବ । ବିଜେପି ନେତା ପ୍ରେମ କୁମାର ମଧ୍ୟ କହିଛନ୍ତି ଯେ , ନବଗଠିତ ସରକାରଙ୍କ ଶପଥ ଗ୍ରହଣ ସମାରୋହ ୨୦ ନଭେମ୍ବରରେ ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେବ । ୧୯ ତାରିଖରେ ବର୍ତ୍ତମାନର ସରକାର ଭାଙ୍ଗିଯିବ ।  ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଲକ୍ଷ ଲକ୍ଷ ଲୋକ ଐତିହାସିକ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ । ଆଜି ନୀତିଶ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ୧୦ମିନିଟ ଧରି ଏହି ବୈଠକ ଚାଲିଥିଲା ବେଳେ ନୀତିଶ ଏହାର ଅଧ୍ୟକ୍ଷତା କରିଥିଲେ । ବୈଠକରେ ସରକାର ଭାଙ୍ଗିବାକୁ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ବୈଠକ ପରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଭେଟିଥିଲେ ନୀତିଶ । ନିଜ ଇସ୍ତଫା ପତ୍ର ଦେବା ସହ ଆଗାମୀ  ୧୯ ତାରିଖରେ ସରକାର ଭାଙ୍ଗିବେ ବୋଲି ବିଜେପି ନେତା ସୂଚନା ଦେଇଥିଲେ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories