www.samajalive.in
Wednesday, December 10, 2025
23.1 C
Bhubaneswar

ମହାଦେବ ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ତଥା ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଚକୁଳିଫାର୍ମ ନିକଟ ସତିଯୋର ପାଖ ଜାତୀୟ ରାଜପଥ କଡରେ ଗତ ମାସ ୧୧ ତାରିଖରେ ବରଗଡ଼ ବ୍ଲକ ବରାହଗୁଡା ଗୌରାଙ୍ଗଟିକ୍ରା ବାସିନ୍ଦା ମହାଦେବ ସାହୁ(୫୫) ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।  ଅଭିଯୁକ୍ତଠାରୁ ଏକ ବାଇକ ଏବଂ ସର୍ଜରୀ ବ୍ଲେଡ଼କୁ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ହେଲା ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରେଇପାଲି ପୁରୁଣା ମଣ୍ଡି ବଜାର ପଡାର ଇନ୍ଦ୍ରପାଲ ଓରଫ ଇନ୍ଦ୍ର ସିଂ(୨୭)। ଏ ନେଇ ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ପ୍ରକାଶ କୁମାର କର୍ଣ୍ଣଙ୍କ ଉପସ୍ଥିତିରେ ଅତିରିକ୍ତ ଏସପି ଇନ୍ଦୁରେଖା ପଶ୍ଚିମକବାଟ ଘଟଣା ଓ ହତ୍ୟାକାରୀ ଗିରଫ ସମ୍ପର୍କରେ ସୂଚନା ଦେଇଥିଲେ।

ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯାଇ ଘଟଣାର ୨ଦିନ ପରେ ଅତାବିରା ପୁଲିସ ହତ୍ୟାକାରୀକୁ ଗିରଫ କରିବା ପାଇଁ ସରେଇପାଲିରେ ପହଞ୍ଚିଥିଲେ। ହେଲେ ସମ୍ପୃକ୍ତ ହତ୍ୟାକାରୀ ଘଟଣା ଘଟାଇବାର ୨ ଦିନ ପରେ ବିଶାଖାପାଟଣାରେ ଏକ ଡ୍ରାଇଭରକୁ ହତ୍ୟା କରି ଆନ୍ଧ୍ର ପୁଲିସ ହାତରେ ଧରାପଡି ବିଶାଖାପାଟଣା ସେଣ୍ଟ୍ରାଲ ଜେଲରେ ଥିଲା। ସେହିଠାରୁ ଅତାବିରା ପୁଲିସ ରିମାଣ୍ଡରେ ଆଣି ଘଟଣାର ସତ୍ୟାସତ୍ୟ ବାହାର କରିଥିଲା। ହତ୍ୟା ଘଟଣା ଦିନ ଅଭିଯୁକ୍ତ ସରେଇପାଲିରୁ ସମ୍ବଲପୁର ଯିବା ବାଟରେ ବରାହଗୁଡା ଛକ ନିକଟରେ ମହାଦେବ ସହ ଦେଖା ହୋଇଥିଲା। କିଛି ସମୟ ପରେ ଉଭୟେ ନିଶା ସେବନ କରି ସମ୍ବଲପୁର ପଟକୁ ବାହାରି ଥିଲେ। ଗୋଡଭଗା ହିରୋ ସୋରୁମ ପାଖରୁ ପୁଣି ଫେରିଆସି ଚକୁଳି ଫାର୍ମ ନିକଟ ସତିଯୋର ପାଖ ଜାତୀୟ ରାଜପଥ କଡରେ ଅଟକି ଥିଲେ। ମହାଦେବର ମୋବାଇଲ ଫୋନ ଯୋଗେ ଅଭିଯୁକ୍ତ ଘଣ୍ଟେ ପର୍ଯ୍ୟନ୍ତ ତାର ସ୍ତ୍ରୀ ସହିତ ଗପିଥିଲା। ଏହାପରେ ମହାଦେବ ଫୋନ ମାଗିଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ଅଭିଯୁକ୍ତ ଧରିଥିବା ସର୍ଜରୀ ବ୍ଲେଡ଼ରେ ମରଣାନ୍ତକ ଆକ୍ରମଣ କରିଥିଲା। ଯାହା ଫଳରେ ତାର ମୃତ୍ୟୁ ହୋଇଥିଲା। ଏହା ପରେ ଅଭିଯୁକ୍ତ ଫେରାର ହୋଇ ତାର ଏକ ସହଯୋଗୀ ସହ ବିଶାଖାପାଟଣା ପଳାଇଥିଲା। ସେଠାରେ ଏକ ଟ୍ରକ ଡ୍ରାଇଭରକୁ ଲିଫ୍ଟ ମାଗି ଯାଉଥିବା ସମୟରେ ମୋବାଇଲ ଫୋନକୁ ନେଇ ପୁଣି ବଚସା ସୃଷ୍ଟି ହୋଇଥିଲା। ସେଠାରେ ରଡ଼ରେ ଡ୍ରାଇଭରକୁ ମାରି ଟ୍ରକ କବାଟକୁ ବନ୍ଦ କରି ଫେରାର ହୋଇଥିଲା। ଟ୍ରକରୁ ଦୁର୍ଗନ୍ଧ ଆସିବାରୁ ଘଟଣାର ତଦନ୍ତ କରି ବିଶାଖାପାଟଣା ପୁଲିସ ଅଭିଯୁକ୍ତ ଓ ତାର ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories