www.samajalive.in
Wednesday, December 10, 2025
15.1 C
Bhubaneswar

ସାମାନ୍ୟ ବଚସାରୁ ଟାଙ୍ଗିଆରେ ଆକ୍ରମଣ, ଡ଼ଙ୍ଗରିଆ ଯୁବକ ଗୁରୁତର

କଲ୍ୟାଣସିଂହପୁର: ସାମାନ୍ୟ ବଚସାରୁ ଟାଙ୍ଗିଆରେ ଆକ୍ରମଣ ଯୋଗୁ ଜଣେ ଡ଼ଙ୍ଗରିଆ ଯୁବକ ଗୁରୁତର ଆହତ ହୋଇଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତର ସାନଡେଙ୍ଗିନେଲି ଗ୍ରାମରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଡ୍ରିଞ୍ଜୁ ସିକକା ଏକ ମୋଟରସାଇକେଲକୁ ଦ୍ରୁତଗତିରେ ଚାଳାଉଥିବାରୁ ମାନ୍ଦୁ କାଡ୍ରାକା କାହିଁକି ଏହିପରି ଗାଡି ଚଳାଉଛୁ ବୋଲି କହିବାରୁ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ଡ୍ରିଞ୍ଜୁ ଘରେ ରଖିଥିବା ଟାଙ୍ଗିଆ ଆଣି ମାନ୍ଦୁକୁ ଆକ୍ରମଣ କରିଥିଲା। ଗ୍ରାମବାସୀଙ୍କ ସହାୟତାରେ ମାନ୍ଦୁକୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆକ୍ରମଣ କରିଥିବା ଡ୍ରିଞ୍ଜୁ ଫେରାର ଥିବା ସୂଚନା ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories