www.samajalive.in
Friday, December 5, 2025
23.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ ଷଡ଼ଯନ୍ତ୍ରକାରୀକୁ ସୋମବାର ଗିରଫ କରିଛି। ସେ ହେଉଛି ଜସିର ବିଲାଲ ଓ୍ବାନି ଓରଫ ଦାନିଶ। ସେ କାଶ୍ମୀରର ବାସିନ୍ଦା ବୋଲି ଜଣାପଡ଼ିଛି। ଏନଆଇଏ ତା’କୁ ଶ୍ରୀନଗରରୁ ଗିରଫ କରିଛି।

ମାମଲାର ତଦନ୍ତ କରୁଥିବା ଏନଆଇଏ ୭୩ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ଏହା ସହିତ ଦିଲ୍ଲୀ ପୁଲିସ, ଜାମ୍ମୁ-କାଶ୍ମୀର ପୁଲିସ, ହରିୟାଣା ଏବଂ ଉତ୍ତରପ୍ରଦେଶ ପୁଲିସ ସହିତ ମିଶି ଘଟଣା ପଛରେ ରହିଥିବା ବିସ୍ତୃତ ଷଡ଼ଯନ୍ତ୍ରର ଖୋଳତାଡ଼ ଜାରି ରଖିଛି।

- Advertisement -

ଅନ୍ୟପଟେ ଘଟଣାସ୍ଥଳରୁ ଏନଆଇଏ ୩ଟି ୯ ଏମଏମ କାଟ୍ରିଜ ଜବତ କରିଥିଲା। ଏହି ଗୋଳାବାରୁଦ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବା କଷ୍ଟକର। ତେଣୁ ଏହା କେଉଁଠୁ ଆସିଲା ତାହାକୁ ନେଇ ମଧ୍ୟ ତଦନ୍ତ ଚଳାଇଛି ଏନଆଇଏ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories