www.samajalive.in
Friday, December 5, 2025
23.1 C
Bhubaneswar

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ ୫ଜଣ ଶିଶୁ ସମୁଦାୟ ୧୩ ଜଣଙ୍କୁ ଉଦ୍ଧାର କରିଛି ପୁଲିସ। ଏହି ଶ୍ରମିକମାନଙ୍କୁ ଇଟାଭାଟିରେ କାର୍ଯ୍ୟ କରିବାକୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯିବା ସମୟରେ ପୁଲିସ ଟାସ୍କ ଫୋର୍ସ ଉଦ୍ଧାର କରିଥିଲା। ଶ୍ରମିକମାନେ ସମତା ଏକ୍ସପ୍ରେସରେ ଯିବା ଲାଗି ଅପେକ୍ଷା କରିଥିଲେ। ଶ୍ରମିକମାନଙ୍କୁ ବେଆଇନ ଭାବେ ଚାଲାଣ କରୁଥିବା ଜଣେ ସର୍ଦ୍ଦାରକୁ ପୁଲିସ ଗିରଫ କରିଛି। ସେ ହେଲେ ମୁରିବାହାଲ ଥାନା ଅନ୍ତର୍ଗତ ଇଛାପଡା ପଂଚାୟତ ସରଗୁଲ ଗାଁର ସୁଶୀଲ ବେଣ୍ଟକାର। ତାଙ୍କୁ ଗିରଫ କରି ଅପରାହ୍ଣରେ କୋର୍ଟ ଚାଲାଣ କରିଛି। ଉଦ୍ଧାର ଶ୍ରମିକମାନେ ହେଲେ ବେଲପଡା ଥାନା ଖଲିପଦର ଓ ମୁରିବାହାଲ ଥାନା ସରଗୁଲ ଗାଁର ବୋଲି ଜଣାପଡିଛି। ଏ ନେଇ ଏକ ମାମଲା(୪୧୨/୨୫) ରୁଜୁ ହୋଇଛି। ସ୍ୱତନ୍ତ୍ର ପୁଲିସ ଇନ୍ସପେକ୍ଟର ପଞ୍ଚାନନ ନେଗୀ, ସହକାରୀ ଶ୍ରମ ଅଧିକାରୀ ତୁରକେଲା ଅଜୟ ମହାକୁଡ ଏବଂ ଅନ୍ୟ ଅଧିକାରୀ ସାମିଲ ଥିଲେ।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories