www.samajalive.in
Wednesday, December 10, 2025
23.1 C
Bhubaneswar

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ ୫ଜଣ ଶିଶୁ ସମୁଦାୟ ୧୩ ଜଣଙ୍କୁ ଉଦ୍ଧାର କରିଛି ପୁଲିସ। ଏହି ଶ୍ରମିକମାନଙ୍କୁ ଇଟାଭାଟିରେ କାର୍ଯ୍ୟ କରିବାକୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯିବା ସମୟରେ ପୁଲିସ ଟାସ୍କ ଫୋର୍ସ ଉଦ୍ଧାର କରିଥିଲା। ଶ୍ରମିକମାନେ ସମତା ଏକ୍ସପ୍ରେସରେ ଯିବା ଲାଗି ଅପେକ୍ଷା କରିଥିଲେ। ଶ୍ରମିକମାନଙ୍କୁ ବେଆଇନ ଭାବେ ଚାଲାଣ କରୁଥିବା ଜଣେ ସର୍ଦ୍ଦାରକୁ ପୁଲିସ ଗିରଫ କରିଛି। ସେ ହେଲେ ମୁରିବାହାଲ ଥାନା ଅନ୍ତର୍ଗତ ଇଛାପଡା ପଂଚାୟତ ସରଗୁଲ ଗାଁର ସୁଶୀଲ ବେଣ୍ଟକାର। ତାଙ୍କୁ ଗିରଫ କରି ଅପରାହ୍ଣରେ କୋର୍ଟ ଚାଲାଣ କରିଛି। ଉଦ୍ଧାର ଶ୍ରମିକମାନେ ହେଲେ ବେଲପଡା ଥାନା ଖଲିପଦର ଓ ମୁରିବାହାଲ ଥାନା ସରଗୁଲ ଗାଁର ବୋଲି ଜଣାପଡିଛି। ଏ ନେଇ ଏକ ମାମଲା(୪୧୨/୨୫) ରୁଜୁ ହୋଇଛି। ସ୍ୱତନ୍ତ୍ର ପୁଲିସ ଇନ୍ସପେକ୍ଟର ପଞ୍ଚାନନ ନେଗୀ, ସହକାରୀ ଶ୍ରମ ଅଧିକାରୀ ତୁରକେଲା ଅଜୟ ମହାକୁଡ ଏବଂ ଅନ୍ୟ ଅଧିକାରୀ ସାମିଲ ଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories