www.samajalive.in
Wednesday, December 10, 2025
23.1 C
Bhubaneswar

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ ବିଜୟୀ ହୋଇ ପୁଣି ଥରେ ସରକାର ଗଢିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନୀତୀଶ କୁୁମାର ପୁଣି ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି ମେଣ୍ଟ ସୂତ୍ରରୁ ଜଣାପଡିଛି। ବିଜେପି ୮୯, ଜେଡିୟୁ ୮୫ ଆସନ ହାତେଇଥିବାବେଳେ ସେମାନଙ୍କର ସହଯୋଗୀ ଦଳ ଏଲଜେପି (ରାମବିଳାସ) ୧୯, ହାମ୍‌ ୫ ଓ ଆରଏଲଏମ ୪ଟି ଆସନରେ ବିଜୟୀ ହୋଇଛି। ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ଚୂଡାନ୍ତ ଫଳାଫଳ ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ନିକଟକୁ ପଠାଯିିବ। ଏଥିସହିତ ଇସିଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ବିଧିର ମିଆଦ ଶେଷ ହେବା ସହିତ ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ସୂତ୍ର ଅନୁଯାୟୀ ସୋମବାର ସକାଳେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇ ବିଧାନସଭା ଭଙ୍ଗ ପ୍ରସ୍ତାବକୁ ଅନୁମୋଦନ କରାଯିବ। ଏହାପରେ ନୀତୀଶ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିବେ।

ଅପରାହ୍ଣରେ ଏନଡିଏ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇ ନେତା ନିର୍ବାଚନ ହୋଇପାରେ। ସନ୍ଧ୍ୟାରେ ନବନିର୍ବାଚିତ ବିଧାୟକ ଦଳର ନେତା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳଙ୍କ ନିକଟରୁ ସରକାର ଗଠନ ଅନୁମତି ମିଳିବା ପରେ ଆସନ୍ତା ୧୯ କିମ୍ବା ୨୦ରେ ନୂତନ ସରକାର ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟସୂଚୀକୁ ଦୃ​‌ଷ୍ଟିରେ ରଖି ଶପଥ ଗ୍ରହଣ ତାରିଖ ଚୂଡାନ୍ତ କରାଯିବ ବୋଲି କୁହାଯାଇଛି। ଶପଥ ଗ୍ରହଣ ଉତ୍ସବ ପାଇଁ ପାଟନାସ୍ଥିତ ଗାନ୍ଧୀ ମଇଦାନରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ, ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ନିର୍ବାଚନରେ ଏନଡିଏର ବିପୁଳ ବିଜୟ ଘଟିଥିବାରୁ ଶପଥ ଗ୍ରହଣ ଉତ୍ସବକୁ ସେହି ଅନୁପାତରେ ଭବ୍ୟ ଓ ଆଡମ୍ବରପୂର୍ଣ୍ଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories