www.samajalive.in
Wednesday, December 10, 2025
23.1 C
Bhubaneswar

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା ପାଉନାହାନ୍ତି। ସାମ୍ବାଦିକ ଖବରକାଗଜର ନା ପ୍ରଶାସନର ଏହାକୁ ନେଇ ଏବେ ଦ୍ବନ୍ଦ୍ବ ଦେଖାଦେଇଛି। ତଥାପି ନ୍ୟାୟପାଳିକା ଏବଂ ପ୍ରେସ୍‌ ଉପରେ ଲୋକଙ୍କ ବିଶ୍ବାସ ରହିଛି ବୋଲି ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ଉପାଧ୍ୟକ୍ଷ ଦୀପକ ମାଲବ୍ୟ କହିଛନ୍ତି। ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜୟଦେବ ଭବନରେ ଜାତୀୟ ପ୍ରେସ ଦିବସ ପାଳନ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଶ୍ରୀ ମାଲବ୍ୟ ଏହା କହିଛନ୍ତି।

ମୁଖ୍ୟ ଅତିଥି ନ୍ୟାୟମୂର୍ତ୍ତି ତଥା ରାଜ୍ୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଶତ୍ରୁଘ୍ନ ପୂଜାହାରୀ କହିଲେ, କୌଣସି ଶାସକ ଚାହେଁ ନାହିଁ ସମାଲୋଚନା। ସମସ୍ତଙ୍କୁ ତୋଷାମଦିଆ ହଁ ଭଲ ଲା‌ଗନ୍ତି। ସେ ସରକାର ହୁଅନ୍ତୁ ଅବା ବ୍ୟକ୍ତିବିଶେଷ। ସତ ଯିଏ କହିବ ତାଙ୍କୁ କେହି ଭଲ ପାଇବେ ନାହିଁ। ଏହା କେବଳ ଭାରତ ବର୍ଷରେ ନୁହେଁ, ସାରା ପୃଥିବୀରେ ଦେଖିବାକୁ ମିଳୁଛି। ଖାଲି ଖବର ଦ୍ବାରା ଖବରକାଗଜ ବଞ୍ଚିବ ନାହିଁ। ଏଥିପାଇଁ ବିଜ୍ଞାପନର ଆବଶ୍ୟକତା ରହିଛି। ଖବରକାଗଜରେ ଏବେ ନକାରାତ୍ମକ ଖବର ପାଇଁ ପ୍ରତିଯୋଗିତା ଚାଲିଛି।

- Advertisement -

କାର୍ଯ୍ୟକ୍ରମରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ କହିଲେ, ଭୁଲ କାମ ହେଲେ ତାହାକୁ ସମାଲୋଚନା କରିବା ଖବରକାଗଜର ଦାୟିତ୍ବ, ହେଲେ ଅନେକ ଭଲ କାମ ହେଉଛି ତାହାକୁ ବି ଗୁରୁତ୍ବ ଦିଆଯିବା‌ ଦରକାର। ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସାମ୍ବାଦିକଙ୍କ ଦାବି ପୂରଣ କରିବା ନିମନ୍ତେ ସରକାର ଚେଷ୍ଟିତ ଅଛନ୍ତି ବୋଲି କହିଥିଲେ। ଅନ୍ୟତମ ଅତିଥି ଆଇନ ଆୟୋଗର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବିଶ୍ବନାଥ ରଥ କହିଲେ, ସାମ୍ବାଦିକମାନେ ପ୍ରତିଜ୍ଞା କରନ୍ତୁ ଏବଂ ଲୋକଙ୍କ ସମସ୍ୟା ବୁଝନ୍ତୁ।

ଏହି ଅବସରରେ ‘ସମାଜ’ର ପୂର୍ବତନ ସମ୍ପାଦକ ପ୍ରମୋଦ ମହାପାତ୍ରଙ୍କୁ ଉତ୍କଳ ସାମ୍ବାଦିକ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଆନ୍ଧ୍ରପ୍ରଦେଶର କାଳିଙ୍ଗଶିବ, କଲକାତାର ତନୟ ସରକାର, ତେଲଙ୍ଗାନାର ପୁତୁଲା ନାଗେଶ୍ବର ରାଓ, ଝାଡ଼ଖଣ୍ଡର କାର୍ତ୍ତିକ କୁମାର ପରିଚ୍ଛା, ଚିରଞ୍ଜିତ ସିଂ, ଦିଲତ୍ର ଦେଭୁ ଭିଖାଲ ଭୋୟା ଏବଂ ମୁମ୍ବଇର ବିର୍ଜା ମହମ୍ମଦ ଇମ୍ରାନ ଅବଦୁଲ ରୁଫଙ୍କୁ ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଖଣି ନିଗମର ଲୋକସମ୍ପର୍କ ଅଧିକାରୀ ସମ୍ବିତ କୁମାର ସେଠୀଙ୍କୁ କର୍ପୋରେଟ୍‌ କମ୍ୟୁନିକେସନ ଆଣ୍ଡ ପବ୍ଲିକ ରିଲେସନ ସମ୍ମାନ-୨୦୨୫ରେ ସମ୍ମାନିତ କରାଯାଇଥିଲା। ସାମ୍ବାଦିକତା ପାଠ୍ୟକ୍ରମ କ୍ଷେତ୍ରରେ କୃତିତ୍ବ ପାଇଁ ଆରତୀ ଲେଙ୍କାଙ୍କୁ ରବି ନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ, ପ୍ରତିଭା ବିଶ୍ବାଳଙ୍କୁ ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ, ସୋନାଲି ପାଣିଗ୍ରାହୀଙ୍କୁ ରାମହରି ମିଶ୍ର ସ୍ମାରକୀ ସମ୍ମାନ, ସୁସ୍ମି ମିଶ୍ରଙ୍କୁ ବରେନ୍ଦ୍ରକୃ‌ଷ୍ଣ ଧଳ ସ୍ମାରକୀ ସମ୍ମାନ, ଦେବଲିନ ବେହେରାଙ୍କୁ ଦିଲୀପ ଶତପଥୀ ସ୍ମାରକୀ ସମ୍ମାନ, ଦେବୀପ୍ରସାଦ ନାୟକଙ୍କୁ ଅରିନ୍ଦମ ଦାଶ ସ୍ମାରକୀ ସମ୍ମାନ, ରାମଚନ୍ଦ୍ର କାମିଳାଙ୍କୁ ଅରୁଣ ପଣ୍ଡା ସ୍ମାରକୀ ସମ୍ମାନ ସହିତ ସୁଶାନ୍ତ କୁମାର ମହାପାତ୍ରଙ୍କୁ ଗୋପାଳ ମିଶ୍ର ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୩୫ ବରିଷ୍ଠ ସାମ୍ବାଦିକଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ଜାତୀୟ କଲ୍ୟାଣ ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ସନତ ମିଶ୍ର ଏବଂ ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ।

ଅପରାହ୍ଣ ଅଧିବେଶନରେ ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମର ବିଶ୍ୱାସନୀୟତା ସଂରକ୍ଷଣ’ ଆଲୋଚନାଚକ୍ର ହୋଇଥିଲା। ଶ୍ରୀରାମ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ, ଗଣତନ୍ତ୍ରରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସାମ୍ବାଦିକତାରେ ନୀତି ଓ ନୈତିକତା ରହିବ ଦରକାର। ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସାମ୍ବାଦିକ ରାଜାରାମ ଶତପଥୀ, ଉତ୍କଳ ସାମ୍ବାଦିକ ସଂଘର ବିଭୂତି ଭୂଷଣ କର, ଦୂରଦର୍ଶନ ଓ ଆକାଶବାଣୀର ବାର୍ତ୍ତା ବିଭାଗ ପୂର୍ବତନ ଉପନିର୍ଦେଶକ ସୁଧାଂଶୁ ଶେଖର ଧଡ଼ା, ଉତ୍କଳ ମେଲ୍‌‌ର ସମ୍ପାଦକ ପିତବାସ ମିଶ୍ର, ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି, ଅମିତ୍‌‌ କଲେଜର ନିର୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories